• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Feb 2024: ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ବଡ଼ ଉପଲବ୍ଧି ମିଳିବ..

ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ପ୍ରାତଃ ୦୭.୩୪ ଗତେ ଧନୁ, ତିଥି- ୧୧ଶୀ ଦିବା ୦୪.୦୭ ଗତେ ୧୨ଶୀ, ଘାତଚନ୍ଦ୍ର- ପ୍ରାତଃ ୦୭.୩୪ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୭ ଗତେ ୨ପାଦ -କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Scorpio

ବିଛା

Tuesday 06 Feb 2024

ବିଶାଖା- ପରିସ୍ଥିତିବଶତଃ କଠୋର ବାକ୍ୟାଳାପରୁ ଦୂରେଇ ରହିବା ଭଲ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲାରେ ସମର୍ଥ ହେବେ। ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ପ୍ରତିପଦକ୍ଷେପରେ ବାଧା ସୃଷ୍ଟି କରିପାରେ।

ଅନୁରାଧା- କୌଣସି ଜିନିଷଟି ପାଇଁ ସହକର୍ମୀଙ୍କ ମଧ୍ୟରେ ତର୍କ ଓ ବିବାଦ ବଢ଼ିପାରେ। ଦୀର୍ଘଦିନର ଆଶା ଫଳବତୀ ହେବା ସୂଚନା ପାଇ ମନ ପ୍ରଫୁଲ୍ଲ ହୋଇଯିବ। ଆକସ୍ମିକ ଭାବରେ ଶତ୍ରୁମାନେ ମିତ୍ରଭାବ ପୋଷଣ କରିବାର ଅନୁଭବ କରିବେ।

ଜ୍ୟେଷ୍ଠା- କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ। ବିବାଦୀୟ ସ୍ଥିତି, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟ ଲାଭ ନିଶ୍ଚିତ। ଦୀର୍ଘଦିନରୁ ଲାଗିରହିଥିବା ମାଲିମକଦ୍ଦମାର ଫଇସଲା ସମ୍ଭାବନା ରହିଛି।

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :