• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Feb 2024: ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ବଡ଼ ଉପଲବ୍ଧି ମିଳିବ..

ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ପ୍ରାତଃ ୦୭.୩୪ ଗତେ ଧନୁ, ତିଥି- ୧୧ଶୀ ଦିବା ୦୪.୦୭ ଗତେ ୧୨ଶୀ, ଘାତଚନ୍ଦ୍ର- ପ୍ରାତଃ ୦୭.୩୪ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୭ ଗତେ ୨ପାଦ -କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Pisces

ମୀନ

Tuesday 06 Feb 2024

ପୂ,ଭାଦ୍ରପଦ- ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ। ଲୋକପ୍ରିୟତା ରହିଥିବାରୁ କଠିନତର କାମକୁ ମଧ୍ୟ ସହଜରେ କରିପାରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ କାର‌୍ୟ୍ୟହାସଲ ପୂର୍ବକ ଉପକୃତ ହେବେ।

ଉ,ଭାଦ୍ରପଦ- ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ହାତ ଉଧାରି ଟଙ୍କା ଅନ୍ୟକୁ ଦେଇ କଳହକୁ ଡାକିପାରନ୍ତି।

ରେବତୀ- ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ବନ୍ଧୁ ପରିଜନଙ୍କ ସହିତ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ।

ପ୍ରତିକାର – ପଶୁ,ପକ୍ଷୀ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :