ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ସୋମବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି – ପ୍ରତିପଦ ପ୍ରାତଃ ୦୬.୩୯ ଗତେ ୨ୟା ଘାତ ଚନ୍ଦ୍ର – ତୁଳା , କୁମ୍ଭ ଅହୋରାତ୍ର ଘାତ ବାର – ମିଥୁନ, ପୁଷ୍କର ଦୋଷ – ପ୍ରାତଃ ୦୬.୩୯ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ
ମଘା - ଭୁଲ୍ ବୁଝାମଣା ହେତୁ ଦୀର୍ଘଦିନର ସୁସମ୍ପର୍କରେ ଭଟ୍ଟା ପଡ଼ିପାରେ। ସ୍ବାସ୍ଥ୍ୟ ସମସ୍ୟା ନିମ୍ନାଭିମୁଖୀ ହେବା କାରଣରୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ପଡ଼ୋଶୀଙ୍କ ସହ ହଠାତ୍ ବଦଳିବା ଆଶା ନିରର୍ଥକ ହୋଇପାରେ ।
ପୂ- ଫାଲ୍ଗୁନୀ- ରାଜନୀତି, ଅଧ୍ୟୟନ ଓ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜିବେ। ପରୋକ୍ଷ ଶତ୍ରୁତା କାରଣରୁ କାମଟିକୁ ସମ୍ପନ୍ନ କରିପାରିବେ ନାହିଁ।
ଉ- ଫାଲ୍ଗୁନୀ - ଛାତ୍ରଛାତ୍ରୀ ମାନେ ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ । ମହିଳା ମାନେ ମାନସିକ ଶାନ୍ତି ପାଇବେ । ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି ।
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ ।
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧