ସୌର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର, ଚନ୍ଦ୍ର – ମିଥୁନ ଦିବା ୦୮.୫୮ ଗତେ କର୍କଟ, ତିଥି – ୧୧ଶୀ ଦିବା ୦୯.୧୧ ଗତେ ୧୨ଶୀ, ଘାତ ଚନ୍ଦ୍ର – କନ୍ୟା ଦିବା ୦୮.୫୮ ପର୍ଯ୍ୟନ୍ତ, ଘାତ ବାର-ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୯.୧୧ ଗତେ ୨ ପାଦ
ମଘା –ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ମୁତାବକ କମ୍ ଫଳ ପାଇବେ । ଭାଇ-ବନ୍ଧୁଙ୍କ ସହିତ ସମ୍ପର୍କ ଭଲ ରହିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ ।
ପୂ , ଫାଲଗୁନୀ - ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି। ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ । ଅଫିସ୍ରେ ଆଜି ନିଜ କାମକୁ ନେଇ ବ୍ୟସ୍ତ ରହିବେ।
ଉ ,ଫାଲଗୁନୀ – କିଣା ବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀମାନେ ଗୁରୁଜନଙ୍କ ଆଜ୍ଞା ପାଳନ କରିବେ । ନୂଆ କାର୍ଯ୍ୟ ପାଇଁ ଯୋଜନା କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ ।
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧