• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd March 2023: ଆଜି ଏହି ରାଶିର ବ୍ୟକ୍ତି ଚାକିରି କ୍ଷେତ୍ରରୁ ଖୁସି ଖବର ପାଇପାରନ୍ତି

ସୌର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର, ଚନ୍ଦ୍ର – ମିଥୁନ ଦିବା ୦୮.୫୮ ଗତେ କର୍କଟ, ତିଥି – ୧୧ଶୀ ଦିବା ୦୯.୧୧ ଗତେ ୧୨ଶୀ, ଘାତ ଚନ୍ଦ୍ର – କନ୍ୟା ଦିବା ୦୮.୫୮ ପର୍ଯ୍ୟନ୍ତ, ଘାତ ବାର-ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୯.୧୧ ଗତେ ୨ ପାଦ

Aquarius

କୁମ୍ଭ

Friday 03 Mar 2023

ଧନିଷ୍ଠା – ବାପା, ମାଙ୍କ ଆର୍ଶୀବାଦ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସାହାର୍ଯ୍ୟ କରିବ । ଟଙ୍କା, ପଇସାକୁ ନେଇ ଆପଣଙ୍କ ଚିନ୍ତା ଦୂର ହେବ । କବିଙ୍କର କୌଣସି କବିତାରେ ପ୍ରଂଶସା ହୋଇପାରେ ।

ଶତଭିଷା – ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଆର୍ଥୀକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ ।  ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ପଢାପଢିରେ ଓ ପରୀକ୍ଷାରେ ସଫଳ ମିଳିବ ।

ପୂ, ଭାଦ୍ରପଦ  –  ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ । କୌଣସି କାର‌୍ୟ୍ୟରେ ସଫଳତାରେ ବିଘ୍ନ ଆସିପାରେ । ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । କୌଣସି ମହତ୍ୱ ପୂର୍ଣ୍ଣ ଦାୟିତ୍ୱ ସମ୍ପର୍ଣ୍ଣ କରି ପାରନ୍ତି ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ