ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର। ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୧୧ମୀ ନିଶାନ୍ତ ୦୫/୩୪ ଗତେ ୧୨ଶୀ ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ନିଶାନ୍ତ ୦୫/୪୩ ଗତେ ୨ ପାଦ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଉ , ଷାଢା - ପ୍ରିୟବ୍ୟକ୍ତିଙ୍କ ସହ ମିଶିବା ପାଇଁ ଦିନଟି ଭଲ ରହିବ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି।
ଶ୍ରବଣା –ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ୍ ହୋଇ ଖୁସି ଅନୁଭବ କରିବେ । ରାଜନୀତିରେ ନୂତନ ସମସ୍ୟାରେ ପଡ଼ିପାରନ୍ତି । ଶିକ୍ଷାର୍ଥୀମାନେ ଶିକ୍ଷାପ୍ରତି ଅଧିକ ଯତ୍ନଶୀଳ ରହିବେ।
ଧନିଷ୍ଠା – ମହିଳାମାନେ ଅଧିକ ପରିଶ୍ରମୀ ହେବେ । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି ।
ପ୍ରତିକାର – କୋଇଲା ଖଣ୍ଡ ନେଇ କୌଣସି ରୋଷେଇ ହେଉଥିବା ଧର୍ମ ସ୍ଥାନରେ ଦିଅନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮