ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୩ ତାରିଖ, ଗୁରୁବାର। ଚନ୍ଦ୍ର – ମକର ରାତ୍ରି ୧୧.୨୬ ଗତେ କୁମ୍ଭ ତିଥି - ୨ୟା ଦିବା ୦୪.୧୭ ଗତେ ୩ୟା ଘାତ ଚନ୍ଦ୍ର –ମିଥୁନ ଓ ମୀନ ଅହୋରାତ୍ର ଘାତ ବାର –ତୁଳା ଓ କୁମ୍ଭ ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୪.୧୭ ପର୍ଯ୍ୟନ୍ତ
ମୂଳା- ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । କଳା, ସାହିତ୍ୟ, ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ । ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ସୃଷ୍ଟିର ଆଶଙ୍କା ରହିଛି।
ପୂ, ଷାଢା- ସଂଯୋଗରୁ ଠିକ୍ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ। ରପ୍ତାନୀ ବାଣିଜ୍ୟରେ ଉନ୍ନତି ଘଟିବ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋଷ ସମାଧାନ ଘଟିବାର ଆଶା ରହିଛି
ଉ, ଷାଢା- ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିବାକୁ ପଡ଼ିପାରେ। ସାମାଜିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩