ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୩ ତାରିଖ, ଗୁରୁବାର। ଚନ୍ଦ୍ର – ମକର ରାତ୍ରି ୧୧.୨୬ ଗତେ କୁମ୍ଭ ତିଥି - ୨ୟା ଦିବା ୦୪.୧୭ ଗତେ ୩ୟା ଘାତ ଚନ୍ଦ୍ର –ମିଥୁନ ଓ ମୀନ ଅହୋରାତ୍ର ଘାତ ବାର –ତୁଳା ଓ କୁମ୍ଭ ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୪.୧୭ ପର୍ଯ୍ୟନ୍ତ
ମଘା- ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। କର୍ମକ୍ଷେତ୍ରରେ ଫାଇଲ ସମ୍ବନ୍ଧୀୟ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ପାରନ୍ତି।
ପୂ- ଫାଲ୍ଗୁନୀ- ଯେତେ ସତର୍କରେ ଚଳିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ ଲାଗିରହିବ। ଆବଶ୍ୟକତାନୁଯାୟୀ ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।
ଉ- ଫାଲ୍ଗୁନୀ- ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ହାତକୁ ନେଇଥିବା କାର୍ୟ୍ୟରେ ଅଗ୍ରଗତି ଘଟିବାର ଆଶା କରାଯାଇପାରେ।
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧