ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୨ ତାରିଖ ବୁଧବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି - ପ୍ରତିପଦ ରାତ୍ରି ୦୮.୦୬ ଗତେ ୨ୟା, ଘାତ ଚନ୍ଦ୍ର – ସିଂହ ରାତ୍ରି ୧୧.୨୬ ଗତେ ମିଥୁନ ଓ ମୀନ, ଘାତ ବାର – କର୍କଟ, ପୁଷ୍କର ଦୋଷ – ରାତ୍ରି ୦୮.୦୬ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ
ଉ, ଷାଢା - ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବାରୁ ଖୁସି ରହିବେ। କାର୍ଯ୍ୟକ୍ଷେତ୍ରରେ ଟେନସନ୍ କମିଯିବ ଓ ସହଯୋଗ ଭିତିରେ କାମ କଲେ ଉପକାର ପାଇବେ । କଥା ଦେଇ କଥା ରଖୁନଥିବା କାରଣରୁ ନିଜ ଲୋକ ମାନଙ୍କ ଉପରେ ଭରଷା କରି ପାରିବେ ନାହିଁ।
ଶ୍ରବଣା - ଧର୍ମଚର୍ଚ୍ଚା ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବହୁତ ଦିନରୁ ଅଟକି ରହି ଯାଇଥିବା ଅର୍ଥ ଲାଭରୁ ଖୁସୀ ରହିପାରନ୍ତି।
ଧନିଷ୍ଠା - କର୍ମକ୍ଷେତ୍ରରେ କାମ ଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶକରିବେ। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗ ପାଇ ପାରିବେ । ପ୍ରକାଶନ, ପ୍ରଶାସନ ଓ ଆଇନ ଅଦାଲତରୁ ସୁଫଳ ପାଇବେ।
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮