ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୨ ତାରିଖ ବୁଧବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି - ପ୍ରତିପଦ ରାତ୍ରି ୦୮.୦୬ ଗତେ ୨ୟା, ଘାତ ଚନ୍ଦ୍ର – ସିଂହ ରାତ୍ରି ୧୧.୨୬ ଗତେ ମିଥୁନ ଓ ମୀନ, ଘାତ ବାର – କର୍କଟ, ପୁଷ୍କର ଦୋଷ – ରାତ୍ରି ୦୮.୦୬ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ
ପୁନର୍ବସୁ - ମାନସିକ ଅସ୍ଥିରତା କାରଣରୁ ବିଭିନ୍ନ ଯୋଜନା କରି ମଧ୍ୟ ଉପକୃତ ହୋଇପାରିବେ ନାହିଁ । ସଭାସମିତି କିମ୍ବା ଅଫିସ୍ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ବହୁଦିନ ଧରି ଲାଗି ରହିଥିବା ରୋଗପୀଡ଼ାରେ କଷ୍ଟ ଅନୁଭବ କରିବେ।
ପୁଷ୍ୟା - ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଏବଂ ନିକଟସ୍ଥ ବନ୍ଧୁମାନେ ଏହି ଦିଗରେ ସାହାଯ୍ୟ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ବନ୍ଧୁ ଅଭିମାନ କରିପାରନ୍ତି ।
ଅଶ୍ଳେଷା - ଯେତେ ଭଲ କାମ କଲେ ମଧ୍ୟ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ । ପରିବାରରେ ଭୁଲ୍ ବୁଝାମଣା ଲାଗି ରହିବାରୁ ଟେନ୍ସନ ଲାଗି ରହିବ । ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ ।
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨