Daily Horoscope 29th January 2023: ଆଜି ଏହି ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ,ସଡକ ଦୁର୍ଘଟଣାର ସମ୍ଭାବନା ରହିଛି...

ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ, ରବିବାର। ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବୃଷ ତିଥି – ୮ମୀ ଦିବା ୦୯.୦୫ ଗତେ ୯ମୀ ଘାତ ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବିଛା , ମେଷ ଘାତ ବାର- ସିଂହ , ଧନୁ ଓ କୁମ୍ଭ ଦିବା ୦୯.୦୫ ପୁଷ୍କର ଦୋଷ – ୧ ପାଦ-କୃଷିହାନି- ଭୂମିଦାନ ଦିବା ୦୮.୨୧ ଗତେ ୨ ପାଦ। 

Aries

ମେଷ

Sunday 29 Jan 2023

ଅଶ୍ୱନୀ- ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ପ୍ରେମୀଯୁଗଳ ଏକାନ୍ତରେ ସମୟ କାଟିବେ ।    
କୃତିକା- ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗୁ  ବନ୍ଧୁବାନ୍ଧବ , ଗୁରୁଜନଙ୍କ ପାଖରେ ଆଦୃତ ହେବେ । ରାଜନୀତି କ୍ଷେତ୍ରରେ କୌଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ ।
ଦ୍ୱିଜା- ମହିଳାମାନେ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ । ସାହିତ୍ୟିକଙ୍କ ଲାଗି ଦିନଟି ଭଲ ରହିବ । ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ ।

ପ୍ରତିକାର -  ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :