ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର ଚନ୍ଦ୍ର- ମୀନ ପ୍ରାତଃ ୦୭.୩୧ ଗତେ ମେଷ ତିଥି – ପୂର୍ଣ୍ଣିମା ରାତ୍ରି ୦୧.୫୩ ଗତେ ପ୍ରତିପଦ ଘାତ ଚନ୍ଦ୍ର- ଧନୁ ରାଶିର, ପ୍ରାତଃ ୦୭.୩୧ ଗତେ ମେଷ ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ ପାଦ - କୃଷିହାନି – ଭୂମି ଦାନ
ମୃଗଶିରା- ପୁରାତନ ରୋଗର ପୀଡା ବୃଦ୍ଧି ପାଇବ । ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ଠିକ୍ ଭାବେ ସମ୍ପନ୍ନ ହେବା କଷ୍ଟକର ହେବ । ଶତ୍ରୁମାନେ ହଠାତ୍ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ ।ଆଦ୍ରା- କର୍ମକ୍ଷେତ୍ରରେ ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ପିଲାମାନେ ରୋଗାକ୍ରାନ୍ତ ହେବେ
ପୁନର୍ବସୁ-ମାଲିମୋଦ୍ଦମାରେ ସାମାନ୍ୟ ଅଶାନ୍ତି ଆସିପାରେ । ବନ୍ଧୁମାନଙ୍କ ସହଯୋଗ ହେତୁ ସଫଳତା ହାସଲ କରିବେ। ମହିଳାମାନେ ଧର୍ମପାରାୟଣ ରହିବେ
ପ୍ରତିକାର – ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫