ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି- ୩ୟା ସନ୍ଧ୍ୟା ୦୭/୨୮ ଗତେ ୪ର୍ଥୀ, ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଅହୋରାତ୍ର, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ
ଅଶ୍ୱନୀ – ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସୁମ୍ବାଦ ପାଇବେ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ ।
ଦ୍ୱିଜା – ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ ।
କୃତିକା – ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ ।
ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯