ସୌର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ, ରବିବାର, ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବୃଷ, ତିଥି – ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବିଛା, ଘାତ ବାର- ମେଷ, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି- ଭୂମି, ଅନ୍ନ ଓ ତିଳକାଞନ ଦାନ ରାତ୍ରି ୧୨.୫୯ ଗତେ ୨ ପାଦ
ମଘା- ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ପ୍ରେମିକ, ପ୍ରେମିକା ସଂପର୍କ ମଧୁର ରହିବ । ଧର୍ମ ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରିବେ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ
ପୂ- ଫାଲ୍ଗୁନୀ- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହାସ ବାନ୍ଧି କୌଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବ
ଉ- ଫାଲ୍ଗୁନୀ- ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । ବିଦ୍ୟାର୍ଥୀମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧