ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର, ଚନ୍ଦ୍ର – ମିଥୁନ ଦିବା ୦୮.୨୭ ଗତେ କର୍କଟ, ତିଥି – ୫ମୀ ରାତ୍ରି ୦୩.୦୧ ଗତେ ୬ଷ୍ଠୀ, ଘାତ ଚନ୍ଦ୍ର – କନ୍ୟା ଦିବା ୦୮.୨୭ ପର୍ଯ୍ୟନ୍ତ, ଘାତ ବାର – କର୍କଟ, ପୁଷ୍କର ଦୋଷ – ୧ ପାଦ -କୁଟୁମ୍ଭ ହାନି- ତିଳକାଞନ ଦାନ ଦିବା ୦୩.୦୬ ପର୍ଯ୍ୟନ୍ତ
ପୁନର୍ବସୁ- ଦୁର୍ଘଟଣାଦି ମନରେ ଭୟ ରହିବ । ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବିବେ
ପୁଷ୍ୟା- କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବା ସହ ବିଦ୍ୟାର୍ଥୀମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ
ଅଶ୍ଳେଷା- ଖେଳାଳିମାନେ ପରିଶ୍ରମ କରି କୃତିତ୍ୱ ହାସଲ କରିବେ । ଆଇନର ଆଶ୍ରୟ ନେଇ ପାରନ୍ତି । ମହିଳାମାନେ ନିଜ ହାତ ପାହାନ୍ତାରେ ଥିବା ସୁଯୋଗ ହରାଇ ପାରନ୍ତି
ପ୍ରତିକାର – ଗୁରୁଜନମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨