ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର, ଚନ୍ଦ୍ର – ମିଥୁନ ଦିବା ୦୮.୨୭ ଗତେ କର୍କଟ, ତିଥି – ୫ମୀ ରାତ୍ରି ୦୩.୦୧ ଗତେ ୬ଷ୍ଠୀ, ଘାତ ଚନ୍ଦ୍ର – କନ୍ୟା ଦିବା ୦୮.୨୭ ପର୍ଯ୍ୟନ୍ତ, ଘାତ ବାର – କର୍କଟ, ପୁଷ୍କର ଦୋଷ – ୧ ପାଦ -କୁଟୁମ୍ଭ ହାନି- ତିଳକାଞନ ଦାନ ଦିବା ୦୩.୦୬ ପର୍ଯ୍ୟନ୍ତ
ମୃଗଶିରା - ରୋଗୀମାନଙ୍କ ଅସୁସ୍ଥତା କମି ଯାଇପାରେ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ କାର୍ଯ୍ୟ ଅବସ୍ଥା ଅନୁକୂଳ ହେବ । ପାରିବାରିକ ପରିବେଶ ଅତ୍ୟନ୍ତ ଆନନ୍ଦଦାୟକ ହେବ ।
ଆଦ୍ରା – ଚାକିରି କ୍ଷେତ୍ରରେ ସନ୍ତୋଷ ଜନକ ଫଳ ମିଳିପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ । ଉଚ୍ଚଶିକ୍ଷା ପ୍ରତିଷ୍ଠା ପଥରେ ଆସୁଥିବା ପ୍ରତିବନ୍ଧକ ଗୁଡିକ ହଟିଯିବ ।
ପୁନର୍ବସୁ - ଦୂର ଜାଗାକୁ ସ୍ଥାନାନ୍ତର ହେଲେ ମଧ୍ୟ ସମ୍ମାନ ଓ ପଦବୀରେ ଉନ୍ନତି ଆସିବ । ପୁରୁଣା ଋଣ ପରିଶୋଧ କରିବେ । ଗୃହିଣୀ ମାନଙ୍କ ପାଇଁ ଦିନଟି ଶୁଭପ୍ରଦ ରହିବ ।
ପ୍ରତିକାର – ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫