ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ବୁଧବାର। ଚନ୍ଦ୍ର- ତୁଳା ରାତ୍ରି ୦୨.୫୫ ଗତେ ବିଛା, ତିଥି- ୧୪ ଶୀ ସନ୍ଧ୍ୟା ୦୬.୪୮ ଗତେ ପୂର୍ଣ୍ଣିମା, ଘାତଚନ୍ଦ୍ର- ନାସ୍ତି, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ପ୍ରାତଃ ୦୭.୪୬ ଗତେ ୧ ପାଦ- କୁଟୁମ୍ବହାନି- ତିଳକାଞ୍ଚନ ଦାନ
ମୂଳା- ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ । ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବ । ପାରିବାରିକ ଜୀବନ ଆନନ୍ଦମୟ ରହିବ । ବ୍ୟବସାୟ-ବାଣିଜ୍ୟରେ ପ୍ରଗତି କରିବେ ।
ପୂ, ଷାଢା- ନୂଆ କର୍ମଚାରୀଙ୍କ ସାକ୍ଷାତରେ କିଛି ନୂଆ ମଉକା ପାଇପାରିବେ । ରାଜନୀତି କ୍ଷେତ୍ରରେ ବିଜୟ ଲାଭ କରିବେ । ଶିକ୍ଷାତ୍ରୀ ମାନେ ଅଧ୍ୟୟନ ରତ ରହିବେ । ସାମାଜିକ ଗଣ ମାଧ୍ୟମରେ ସହଯୋଗ ଦେବେ ।
ଉ, ଷାଢା- ମାଲିମକଦମା ଆପଷ ବୁଝାବଣା ମଧ୍ୟରେ ସମାଧାନ କରିବେ । ସାସ୍କୃତିକ କାର୍ଯ୍ୟରେ ସମ୍ମାନିତ ହେବାର ଯୋଗ ରହିଛି । କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି ।
ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩