ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ବୁଧବାର। ଚନ୍ଦ୍ର- ତୁଳା ରାତ୍ରି ୦୨.୫୫ ଗତେ ବିଛା, ତିଥି- ୧୪ ଶୀ ସନ୍ଧ୍ୟା ୦୬.୪୮ ଗତେ ପୂର୍ଣ୍ଣିମା, ଘାତଚନ୍ଦ୍ର- ନାସ୍ତି, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ପ୍ରାତଃ ୦୭.୪୬ ଗତେ ୧ ପାଦ- କୁଟୁମ୍ବହାନି- ତିଳକାଞ୍ଚନ ଦାନ
ମଘା- ମାନସିକ ସ୍ତରରେ ଉନ୍ନତି ଆସିବ । ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇପାରନ୍ତି ।
ପୂ- ଫାଲ୍ଗୁନୀ- ରାଜନୀତିରେ ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ରୀଡ଼ା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ଚାକିରିରେ ପ୍ରାଧ୍ୟନତା ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ମନ ଲଗାଇବେ ।
ଉ- ଫାଲ୍ଗୁନୀ- କୋର୍ଟ କଚେରି ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂରିଭୂତ ହେବ । ମହିଳା ମାନଙ୍କର ଧାର୍ମିକ ଭାବନା ଉଦେୟ ହେବ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ।
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ।
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧