ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ, ଶୁକ୍ରବାର। ଚନ୍ଦ୍ର – ବିଛା ଦିବା ୦୩.୩୩ ଗତେ ଧନୁ ତିଥି- ୭ମୀ ଦିବା ୦୧.୩୫ ଗତେ ୮ମୀ ଘାତ ଚନ୍ଦ୍ର - ଦିବା ୦୩.୩୩ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୦୧.୩୫ ପର୍ଯ୍ୟନ୍ତ
ଅଶ୍ୱନୀ- ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହେବେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଶିକ୍ଷାରେ ଏକାଗ୍ରତା ବୃଦ୍ଧି କରିବାକୁ ଚେଷ୍ଟା କରିବେ ।
ଦ୍ୱିଜା- ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଆକସ୍ମିକ ଭାବରେ ଜଣେ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ । ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ। ଆର୍ଥିକ ଅନଟନ ଦୂର ହେବ।
କୃତିକା- ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯