• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ଲାଭର ଯୋଗ ରହିଛି..

ସୈାର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର। ଚନ୍ଦ୍ର- ମେଷ ଦିବା ୦୮.୫୩ ଗତେ ବୃଷ, ତିଥି- ୧୦ ମୀ ସନ୍ଧ୍ୟା ୦୭.୨୭ ଗତେ ୧୧ ଶୀ, ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୮.୫୩ ଗତେ ବିଛା ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୦୯ ଗତେ ୧ ପାଦ କୃଷିହାନି-ଭୂମିଦାନ

Capricorn

ମକର

Saturday 20 Jan 2024

ଉ,ଷାଢା- ପାରିବାରିକ ସମ୍ପର୍କ ମନ୍ଦ ହେବନି, ତଥାପି ସାଧାରଣ କଥାକୁ ନେଇ ଦ୍ୱନ୍ଦ୍ୱ ମଧ୍ୟରେ ଗତି କରିବେ। ପୁରାତନ ରୋଗର ପ୍ରାଦୁର୍ଭାବ ବଢ଼ିବା କାରଣରୁ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି। ସମ୍ପର୍କୀୟଙ୍କ ସହ ମିତ୍ରତା ବଢ଼ାଇବା ସକାଶେ ଚେଷ୍ଟା କରି ନିରାଶ ହେବେ।

ଶ୍ରବଣା- ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ବିଶେଷ ଖଟଣିଜନିତ ମନ ଭଲ ରହିବ ନାହିଁ। ଭଲ ପଡୁନଥିବା କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ ।

ଧନିଷ୍ଠା- ଯାହା ଚାହୁଁଥିଲେ ତାହା ହାସଲ କରିବାରୁ ମନ ଖୁସି ହୋଇଯିବ। ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ।

ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :