• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ଲାଭର ଯୋଗ ରହିଛି..

ସୈାର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର। ଚନ୍ଦ୍ର- ମେଷ ଦିବା ୦୮.୫୩ ଗତେ ବୃଷ, ତିଥି- ୧୦ ମୀ ସନ୍ଧ୍ୟା ୦୭.୨୭ ଗତେ ୧୧ ଶୀ, ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୮.୫୩ ଗତେ ବିଛା ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୦୯ ଗତେ ୧ ପାଦ କୃଷିହାନି-ଭୂମିଦାନ

Aquarius

କୁମ୍ଭ

Saturday 20 Jan 2024

ଧନିଷ୍ଠା- ସାମାନ୍ୟ କୌଶଳ ପ୍ରୟୋଗ କରି କାମ କଲେ, ଯାହା ଚାହୁଁଛନ୍ତି ତାହା ପାଇପାରିବେ। ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ।

ଶତଭିଷା- କର୍ମକ୍ଷେତ୍ରରେ ପ୍ରଶାସନିକ କିମ୍ବା ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବେ । ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଲାଭ କରି ମନ ଭିତରର କଥାକୁ ପ୍ରକାଶ କରିପାରନ୍ତି। ଅଭାବ ନ ଥିଲେ ମଧ୍ୟ ଖୋଲା ମନ ନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହେବେ।

ପୂ,ଭାଦ୍ରପଦ- ଅର୍ଥ ସଂକଟ ଦୂରେଇବାରେ ଜଣେ ବିଶିଷ୍ଟ ବ୍ୟକ୍ତି ସହାୟତା କରିବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।

ପ୍ରତିକାର – ମା କାଳୀଙ୍କ ମହାକବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :