ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର ।ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି – ଅମାବାସ୍ୟା ଦିବା ୧୨.୩୫ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ମିଥୁନ ଓ ମୀନ ଅହୋରାତ୍ର,ଘାତ ବାର- ମିଥୁନ,ପୁଷ୍କର ଦୋଷ – ନାସ୍ତି ।
ଉ- ଫାଲ୍ଗୁନୀ- ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ । ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି ।
ହସ୍ତା- ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । ବ୍ୟବସାୟରେ ସହରକୁ ଯାଇ ପାରନ୍ତି ।
ଚିତ୍ରା- ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ରାଜନିତିରେ ଲକ୍ଷ୍ୟପ୍ରାପ୍ତିର ଆଶା ନିରର୍ଥକ ହେବ ନାହିଁ । ମାଲିମକନ୍ଦମା କ୍ଷେତ୍ରରେ ଉତମ ଫଳ ପାଇବେ ।
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫