ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି- ୩ୟା ଦିବା ୧୨.୩୯ ଗତେ ୪ର୍ଥୀ, ଘାତ ଚନ୍ଦ୍ର - ନାସ୍ତି, ଘାତ ବାର –ମିଥୁନ, ପୁଷ୍କର ଦୋଷ - ନାସ୍ତି
ବିଶାଖା - ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିବେ । କୌଣସି ଚିନ୍ତା ନ କରି କାମରେ ଆଗେଇ ଚାଲନ୍ତୁ । କର୍ମକ୍ଷେତ୍ରରେ ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ ।
ଅନୁରାଧା - ସାମାଜିକ ସ୍ତରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ସାନ୍ନିଧ୍ୟ ଲାଭକରି ଖୁସି ହେବେ । ସାମୟିକ ଭାବରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ । ଛାତ୍ରଛାତ୍ରୀ ମାନଙ୍କୁ ବିଦେଶ ଯାତ୍ରାର ସୁଯୋଗ ମିଳିବ ।
ଜ୍ୟୋଷ୍ଠା - ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ଧର୍ମ କାର୍ଯ୍ୟ ପ୍ରତି ମନ ବଳାଇ ବହୁତ ଶାନ୍ତି ପାଇବେ ।
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯