• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th September 2023: ଏହି ରାଶିର ବ୍ୟକ୍ତି‌‌ଙ୍କର ଅଚାନକ ଧନଲାଭର ଯୋଗ ରହିଛି..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି- ୩ୟା ଦିବା ୧୨.୩୯ ଗତେ ୪ର୍ଥୀ, ଘାତ ଚନ୍ଦ୍ର - ନାସ୍ତି, ଘାତ ବାର –ମିଥୁନ, ପୁଷ୍କର ଦୋଷ - ନାସ୍ତି

Virgo

କନ୍ୟା

Monday 18 Sep 2023

ଉ- ଫାଲ୍‌ଗୁନୀ - ଚକ୍ଷୁରେ ସାମାନ୍ୟ କଷ୍ଟ ଅନୁଭବ କରିବେ । ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ । ଅନୁଜନଙ୍କ ଠାରୁ ଆଦର ସମ୍ମାନ ମିଳିବ । ଆଧ୍ୟାତ୍ମିକ ପଥର ପଥିକ ହେବେ ।

ହସ୍ତା - କର୍ମକ୍ଷେତ୍ରରେ ସତର୍କତାର ସହ ଚଳନ୍ତୁ, ଅନ୍ୟଥା ସାଧାରଣ ଘଟଣା ଭିନ୍ନରୂପ ନେଇପାରେ । ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ଆଶଙ୍କା ରହିଛି । ଛାତ୍ରଛାତ୍ରୀ ମାନେ ବିଦ୍ୱାନ ଓ ସାହସୀ ହେବେ ।

ଚିତ୍ରା - ଜନକଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ସରକାରୀ ଓ ଦାନ ସୂତ୍ରରୁ ଆର୍ଥୀକ ଅନୁଦାନ ପାଇପାରନ୍ତି । ପାରିବାରିକ ସ୍ନେହ ମିଳିପାରେ । ସାମାଜିକ ସ୍ତରରେ ଗଠନମୂଳକ କାର‌୍ୟ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।

ପ୍ରତିକାର - ବୁଦ୍ଧ ଦେବଙ୍କର ବୀଜ ମନ୍ତ୍ର ଜପ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :