ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୮.୪୫ ଗତେ ୯ମୀ, ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର, ଘାତବାର- ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ- ନାସ୍ତି
ଅଶ୍ୱନୀ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ପୂର୍ବରୁ କରିଥିବା କର୍ମ ପାଇଁ ପୁରସ୍କୃତ ହୋଇପାରନ୍ତି । ରହୁଥିବା ସ୍ଥାନ ପରିବର୍ତ୍ତନ କରିପାରନ୍ତି ।
ଦ୍ୱିଜା- କଠିନ ପରିଶ୍ରମ କରି ପଢାରେ ଆଗକୁ ବଢି ପାରିବେ । ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠେଇବେ । ସମାଜ ସେବାରେ ସ୍ୱନାମ ପାଇବେ ।
କୃତିକା- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ । ସହକର୍ମୀଙ୍କ କାର୍ଯ୍ୟରେ ସହଯୋଗ ପ୍ରଦାନ କରି ପ୍ରଶଂସିତ ହେବେ ।
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯