ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର, ଚନ୍ଦ୍ର– ତୁଳା ଦିବା ୦୨.୧୮ ଗତେ ବିଛା ତିଥି- ୩ୟା ରାତ୍ରି ୦୧.୨୬ ଗତେ ୪ର୍ଥୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୩୦ ଗତେ ୧ପାଦ କୃଷିହାନି ଓ ଭୂମିଦାନ
ମଘା- କଠିନ ପରିଶ୍ରମ କରିବା ଦ୍ୱାରା ଯଶ ମାନ ସମ୍ମାନ ମିଳିବ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ ।
ପୂ- ଫାଲ୍ଗୁନୀ- ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ରାଜନୀତିରେ କିଛି ସମସ୍ୟା ଆପଣ ବିଚଳିତ କରିପାରେ ।
ଉ- ଫାଲ୍ଗୁନୀ- ପୈତୃକ ସମ୍ପତ୍ତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଉଚ୍ଚମନା ରହିବେ । ମନୋରଞନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ ।
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧