ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର, ଚନ୍ଦ୍ର – ଧନୁ ରାତ୍ରି ୦୧.୪୭ ଗତେ ମକର, ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ, ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୧.୪୭ ଗତେ ସିଂହ, ଘାତ ବାର-ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୮.୨୭ ଗତେ ୨ ପାଦ
ଉ- ଫାଲ୍ଗୁନୀ- ଉଚ୍ଚ ସମ୍ଭାବନାର ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ ।
ହସ୍ତା- ପିଲାମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟି ଲାଭ କରିବେ । ପୁରୁଣା ରୋଗର ପ୍ରକୋପରେ ହଇରାଣ ହୋଇପାରନ୍ତି । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ ।
ଚିତ୍ରା- ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହୋଇପାରନ୍ତି । ନୂତନ ବାହନ ଇତ୍ୟାଦି କ୍ରୟ କରି ପାରନ୍ତି । ଶିକ୍ଷାକ୍ଷେତ୍ରରେ ପରୀକ୍ଷାର ପରିଣାମ ଅନୁକୂଳ ହେବ ।
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫