ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର, ଚନ୍ଦ୍ର – ଧନୁ ରାତ୍ରି ୦୧.୪୭ ଗତେ ମକର, ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ, ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୧.୪୭ ଗତେ ସିଂହ, ଘାତ ବାର-ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୮.୨୭ ଗତେ ୨ ପାଦ
ପୁନର୍ବସୁ- ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ପାରିବାରକ ସ୍ଥିତି ସୁଧୁରି ଯାଇ ସୁଖ ସମୃଦ୍ଧି ବୃଦ୍ଧି ହେବ । ବ୍ୟବସାୟରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ ।
ପୁଷ୍ୟା- ରାଜନୈତିକ କ୍ଷେତ୍ରରେ ଉଚ୍ଚ ପ୍ରଂଶସିତ ହେବେ । ଜାଗା, ଜମି, ବାହନ ଆଦି କ୍ରୟ କରି ପାରିବେ । ଦୂର ଯାତ୍ରାର ସୁଯୋଗ ପାଇ ପାରନ୍ତି । ରାଜନୀତିରେ ଉନ୍ନତି ହୋଇପାରେ।
ଅଶ୍ଳେଷା- କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଖାଦ୍ୟପେୟ ପ୍ରତି ସଜାଗ ରୁହନ୍ତୁ ।
ପ୍ରତିକାର – ଶିବଙ୍କ ସହସ୍ର ନାମ ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨