ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର – ବୃଷ ଦିବା ୧୧.୨୨ ଗତେ ମିଥୁନ, ତିଥି – ୧୪ଶୀ ରାତ୍ରି ୧୦.୦୮ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୨.୩୯ ଗତେ ୨ ପାଦ - କୃଷି ଓ ବଂଶହାନି – ଭୂମି- ତିଳକାଞନ ଦାନ
ମଘା - ପରିବାରରେ ନୂତନ ସଦର୍ଶଙ୍କର ଆଗମନ ହୋଇପାରେ । ବିଭିନ୍ନ ପ୍ରକାର ସୁଖ ଓ ବିଳାସବ୍ୟସନ ଦିଗକୁ ମନ ଚାହିଁବ। ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ।
ପୂ- ଫାଲ୍ଗୁନୀ - ବନ୍ଧୁଙ୍କ ଆଦରସୁହାଗ, ମନକୁ ପ୍ରଫୁଲ୍ଲିତ କରି ରଖିବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଆର୍ଥିକ ସମସ୍ୟା, ମାମଲା, ଜମିଜମା, ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଅସ୍ଥିର ରହିବ ।
ଉ- ଫାଲ୍ଗୁନୀ - ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ବନ୍ଧୁଙ୍କ ପରାମର୍ଶରେ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧