ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ଶୁକ୍ରବାର। ଚନ୍ଦ୍ର- ବୃଷ ଅହୋରାତ୍ର, ତିଥି- ୬ଷ୍ଠୀ ରାତ୍ରି ୧୦.୦୯ ଗତେ ୭ମୀ ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତବାର- ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୦୮ ପର୍ଯ୍ୟନ୍ତ, ରାତ୍ରି ୧୦.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
ମୃଗଶିରା- ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବ୍ୟବସାୟ ପଥ ସୁଗମ ହେବ, ଆୟ ଅବ୍ୟହତ ହେବ।
ଆଦ୍ରା- ଛୋଟ ଛୋଟ କଥାକୁ ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ଅଧିକ ଆତ୍ମବିଶ୍ୱାସ ଅସୁବିଧାରେ ପକାଇପାରେ ।
ପୁନର୍ବସୁ- ବିବାଦରେ ମଧ୍ୟସ୍ଥି କରିବାରେ ନିବୃତ ରୁହନ୍ତୁ । ମହିଳା ମାନେ ଭ୍ରମଣର ସୁଯୋଗ ପାଇବେ । ନୂତନ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହୋଇପାରେ । ବନ୍ଧୁଙ୍କ ସହିତ ଦୂରଯାତ୍ରା କରିପାରନ୍ତି।
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯