ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ, ଶନିବାର। ଚନ୍ଦ୍ର – ବୃଷ ଅହୋରାତ୍ର, ତିଥି – ୧୩ଶୀ ରାତ୍ରି ୦୮.୩୨ ଗତେ ୧୪ଶୀ,ଘାତ ଚନ୍ଦ୍ର – ବିଛା ଦିବା ୧୧.୨୨ ଗତେ କନ୍ୟା, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ
ପୁନର୍ବସୁ- ପୂର୍ବ ଶତ୍ରୁତାକୁ ନେଇ ବନ୍ଧୁଙ୍କ ସଦ୍ଭାବ, ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ପଦସ୍ଥ ବ୍ୟକ୍ତିବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ପୁଷ୍ୟା- ସମୟଟି ବହୁତ ଭଲ, ଅର୍ଥଲାଭ ଓ ବନ୍ଧୁ ମିଳନ ଅବଶ୍ୟ ଘଟିବ। ସ୍ୱାସ୍ଥ୍ୟରେ ଉନ୍ନତି, ପ୍ଲଟିଂ କାରବାରରେ ଅଗ୍ରଗତି, ବିବାଦୀୟ ଘଟଣାରେ ବିଜୟ ଲାଭର ସୂଚନା ରହିଛି।
ଅଶ୍ଳେଷା- ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ଆର୍ଥିକ ସ୍ଥିତିରେ ଅଭାବ ବୋଧ ଜନିତ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨