• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Dec 2023: ଏହି ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ..

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ  ରବିବାର । ଚନ୍ଦ୍ର- ତୁଳା ନିଶାନ୍ତ ୦୬.୧୧ ଗତେ ବିଛା, ତିଥି- ୧୨ଶୀ ପ୍ରାତଃ ୦୭.୧୩ ଗତେ ୧୩ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୮ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

Virgo

କନ୍ୟା

Sunday 10 Dec 2023

ଉ,ଫଳଗୁନି- ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସଫଳତା ଅର୍ଜନ କରିବେ । ନୂତନ ଆୟପନ୍ଥା ପାଇଁ ଚିନ୍ତିତ ରହିବେ ।

ହସ୍ତା- ଶିକ୍ଷାର୍ଥୀମାନଙ୍କୁ ଆଶାନୁରୂପ ଫଳ ପାଇବା ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିବ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ବନ୍ଧୁ ମାନଙ୍କ ସହିତ ଭ୍ରମଣର ଯୋଗ ରହିଛି ।

ଚିତ୍ରା- ଗାଡ଼ିମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ନୂତନ ଜିନିଷ କ୍ରୟ କରିପାରନ୍ତି ।

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :