ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଚନ୍ଦ୍ର- ତୁଳା ନିଶାନ୍ତ ୦୬.୧୧ ଗତେ ବିଛା, ତିଥି- ୧୨ଶୀ ପ୍ରାତଃ ୦୭.୧୩ ଗତେ ୧୩ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୮ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
ମଘା- ଶାରୀରିକ ଅସୁସ୍ଥତା ଦେଖାଦେବ କିନ୍ତୁ ସତର୍କ ରହିଲେ ସ୍ୱାସ୍ଥ୍ୟ ଜନିତ ଅବସ୍ଥା ନିୟାନ୍ତ୍ରଣାଧିନ ରହିବ । ପ୍ରେମ ସମ୍ପର୍କରେ ଦୃଢତା ଆସିପାରେ । ବ୍ୟବସାୟରେ ଉନ୍ନତି କରିବେ ।
ପୂ,ଫାଲଗୁନି- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଅଫିସ୍ କାମରେ ବ୍ୟସ୍ତ ରହିବେ । ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ ।
ଉ,ଫାଲଗୁନି- ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି । ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ । ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ ।
ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ ।
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧