ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଚନ୍ଦ୍ର- ତୁଳା ନିଶାନ୍ତ ୦୬.୧୧ ଗତେ ବିଛା, ତିଥି- ୧୨ଶୀ ପ୍ରାତଃ ୦୭.୧୩ ଗତେ ୧୩ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୮ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
ପୁନର୍ବସୁ- କାରବାରରେ ଆପଣଙ୍କର ବହୁତ ଲାଭ ହେବ। ଜୀବନ ସାଥି ଆପଣଙ୍କର ପ୍ରଂଶସା କରିବେ । ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ । ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ଅସୁବିଧା ଜନକ ହେବ ।
ପୁଷ୍ୟା- ଯାନବାହନ, ବ୍ୟବସାୟରେ ସଫଳତା ଲାଭ କରିବେ । ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ଶିକ୍ଷାର୍ଥୀମାନଙ୍କ ପାଇଁ ଦିନଟି ଅନୁକୁଳ ରହିବ । ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ ।
ଅଶ୍ଲେଷା- ଅସୁବିଧାରେ ପଡ଼ି ଅର୍ଥ ନେଇଥିବା ଲୋକଟି ଟଙ୍କା ଦେବାରେ ଡେରି କରିବ । ସାମାଜିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ ଅଶାନ୍ତ ରହିବେ । ଧାର୍ମିକ ବାତାବରଣ ମଧ୍ୟରେ ଆନନ୍ଦ ଅନୁଭବ କରିବେ ।
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨