• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Yearly Horoscope 2024: ଜାନୁଆରୀ ୧ରୁ ଆରମ୍ଭ ହେବ ଏହି ରାଶିଙ୍କର ଶୁଭ ସମୟ...

ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ସମସ୍ତେ ଚାହାନ୍ତି ନୂଆ ବର୍ଷ ନୂଆ ଆଶା ନେଇ ଆସୁ । ତେବେ ନୂଆବର୍ଷରେ ଗ୍ରହ ଚଳନରେ ପରିବର୍ତ୍ତନ ହେବଥିବାରୁ ୧୨ ରାଶି ପ୍ରଭାବିତ ହେବ । ଆସନ୍ତୁ ଜାଣିବା ସମସ୍ତ ୧୨ ରାଶି ପାଇଁ ଚଳିତ ବର୍ଷ କେମିତି କଟିବ...

Capricorn

ମକର

Wednesday 20 Dec 2023

ଏହି ବର୍ଷ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଅନେକ କ୍ଷେତ୍ରରେ ଅନୁକୂଳ ଫଳାଫଳ ପ୍ରଦାନ କରିବ । ଆପଣ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ ଏବଂ ବିଦେଶ ଯିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବ । ଭଲ ନିତ୍ୟକର୍ମ ଏବଂ ସୁସ୍ଥ ଖାଦ୍ୟ ଖାଇବା ଅଭ୍ୟାସ ବଜାୟ ରଖିବାକୁ ପଡିବ । ବ୍ୟବସାୟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ । ବ୍ୟବସାୟରେ ସଫଳତା ଆଣିବାକୁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଘରର ପରିବେଶ ଭଲ ରହିବ । ପ୍ରେମିକ ପ୍ରେମିକା ମାନଙ୍କ ପାଇଁ ଏହି ବର୍ଷଟି ଆନନ୍ଦ ଆଣିଦେବ । ପାରିବାରିକ ଜୀବନରେ ସମନ୍ୱୟ ରହିବ । ଆପଣଙ୍କର ଆତ୍ମ ସମ୍ମାନ ବୃଦ୍ଧି ପାଇବ ଏବଂ ତୀର୍ଥଯାତ୍ରା କରିବାର ସମ୍ଭାବନା ଅଛି । ଏହି ସମୟ କ୍ୟାରିୟର ପାଇଁ ଅନୁକୂଳ ହେବ । ଛାତ୍ରଛାତ୍ରୀ ମାନେ ସଫଳତାର ଏକ ସୁଯୋଗ ପାଇବେ । ପୈତୃକ ସମ୍ପତି କୁ ନେଇ ପାରିବାରିକ ଦ୍ୱନ୍ଦ ତୁଟିଯିବ । ଯେ କୌଣସି ପ୍ରକାର ସମ୍ପତି କ୍ରୟ କରିବା ଠାରୁ ଦୂରେଇ ରହିବ । ମନରେ ସନ୍ତୁଷ୍ଟିର ଭାବନା ରହିବ ।

ପ୍ରତିକାର- ମହାଦେବଙ୍କୁ ନୀଳଫୁଲ ଅର୍ପଣ କରନ୍ତୁ । ଶନି ମହାଗ୍ରହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :