• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Yearly Horoscope 2024: ଜାନୁଆରୀ ୧ରୁ ଆରମ୍ଭ ହେବ ଏହି ରାଶିଙ୍କର ଶୁଭ ସମୟ...

ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ସମସ୍ତେ ଚାହାନ୍ତି ନୂଆ ବର୍ଷ ନୂଆ ଆଶା ନେଇ ଆସୁ । ତେବେ ନୂଆବର୍ଷରେ ଗ୍ରହ ଚଳନରେ ପରିବର୍ତ୍ତନ ହେବଥିବାରୁ ୧୨ ରାଶି ପ୍ରଭାବିତ ହେବ । ଆସନ୍ତୁ ଜାଣିବା ସମସ୍ତ ୧୨ ରାଶି ପାଇଁ ଚଳିତ ବର୍ଷ କେମିତି କଟିବ...

Libra

ତୁଳା

Wednesday 20 Dec 2023

ଏହି ବର୍ଷ ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସମୃଦ୍ଧ ଆଣିବ । କଠିନ ପରିଶ୍ରମ କରି ସର୍ବୋତ୍ତମ ଫଳାଫଳ ପାଇବାର ସମ୍ଭାବନା ରହିଛି । ଆପଣ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । ପାରିବାରିକ ଜୀବନରେ ଏକ ଖୁସି ଖବର ଆସିବ । ସନ୍ତାନ ସୁଖ ପାଇବେ । ସମ୍ପର୍କୀୟ ମାନଙ୍କ ସହିତ ବନ୍ଧୁତା ସୂତାରେ ଆବଦ୍ଧ ହେବେ । ଅଟକି ରହିଥିବା କାର୍ଯ୍ୟ ପୁରା ହେବ । କ୍ୟାରିୟର କ୍ଷେତ୍ରରେ ତୁଳା ରାଶିର ଲୋକଙ୍କ ପାଇଁ ଭଲ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ । ଚାହୁଁଥିବା ଚାକିରିରେ ନିଯୁକ୍ତି ପାଇପାରନ୍ତି । ନିଜ ଲକ୍ଷ ପୂରଣ କରିବା ପାଇଁ ଚେଷ୍ଟା କରନ୍ତୁ । ସାଙ୍ଗମାନଙ୍କ ସହିତ ମଜା କରିବା ଏବଂ ଭ୍ରମଣ କରିବାର ମଧ୍ୟ ସମ୍ଭାବନା ଅଛି । କିଛି ସ୍ୱଳ୍ପ ଦୂରତା ଯାତ୍ରା ଆପଣଙ୍କୁ ଖୁସି ଦେଇପାରେ । ଆପଣଙ୍କ କଥାରେ ଲୋକମାନଙ୍କୁ ଆକର୍ଷିତ କରିବେ । ପ୍ରେମ ସମ୍ପର୍କ ପାଇଁ ଚ୍ୟାଲେଞ୍ଜ ହେବ । ଦଳୀୟ ନେତାଙ୍କ ପ୍ରତାରଣାର ଶୀକାର ହୋଇପାରନ୍ତି । ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି । ନୂତନ ଗୃହ ନିର୍ମାଣ କରିବା ପାଇଁ ଯୋଜନା କରିବେ ।

ପ୍ରତିକାର- ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । କୌଣସି ବିଧବା ମହିଳାଙ୍କୁ ଶାଢୀ ଦାନ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :