• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Yearly Horoscope 2024: ଜାନୁଆରୀ ୧ରୁ ଆରମ୍ଭ ହେବ ଏହି ରାଶିଙ୍କର ଶୁଭ ସମୟ...

ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ସମସ୍ତେ ଚାହାନ୍ତି ନୂଆ ବର୍ଷ ନୂଆ ଆଶା ନେଇ ଆସୁ । ତେବେ ନୂଆବର୍ଷରେ ଗ୍ରହ ଚଳନରେ ପରିବର୍ତ୍ତନ ହେବଥିବାରୁ ୧୨ ରାଶି ପ୍ରଭାବିତ ହେବ । ଆସନ୍ତୁ ଜାଣିବା ସମସ୍ତ ୧୨ ରାଶି ପାଇଁ ଚଳିତ ବର୍ଷ କେମିତି କଟିବ...

Virgo

କନ୍ୟା

Wednesday 20 Dec 2023

ଏହି ବର୍ଷ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଅନୁକୂଳ ରହିବ । ବର୍ଷ ଆରମ୍ଭରେ ଆପଣଙ୍କୁ ଅର୍ଥ ଲାଭର ସୂଚନା ରହିଛି । ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହୋଇପାରନ୍ତି । ଶାରୀରିକ ଦୁର୍ବଳତାରୁ ମୁକ୍ତି ପାଇବେ । ଜୀବାଣୁ ଜନିତ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ, ତେଣୁ ସାବଧାନ ରୁହନ୍ତୁ । ରାଗରେ କୌଣସି କାର୍ଯ୍ୟ କିମ୍ବା ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଆପଣଙ୍କ ପ୍ରତି ଭଲ ହେବ । ବଡ କମ୍ପାନୀ ସହିତ ବ୍ୟବସାୟରେ ଜଡିତ ହୋଇପାରନ୍ତି । କର୍ମ କ୍ଷେତ୍ରରେ ସହଭାଗୀମାନଙ୍କ ସହ ଅଶାନ୍ତି ଦେଖାଦେଇପାରେ । କେବଳ ବ୍ୟବସାୟ ନୁହେଁ ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ବୈବାହିକ ଜୀବନରେ ଖୁସି ଭରି ରହିବ । ପ୍ରେମୀଯୁଗଳ ମାନଙ୍କ ପାଇଁ ଏହି ବର୍ଷ ଭଲ ରହିବ । ଉଭୟ ଉଭୟଙ୍କ ମଧ୍ୟରେ ଥିବା ବିଶ୍ୱାସ ବଢିବ । ଦୂରେଇ ଯାଇଥିବା ଜୀବନସାଥୀ ପୁଣିଥରେ ଫେରିଆସି ପାରନ୍ତି । କ୍ୟାରିୟରେ ସଠିକ୍ ଦିଗକୁ ଯିବା ପାଇଁ ଚେଷ୍ଟା କରିବେ । ଆପଣ ଚାକିରି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଓ ପଦୋନ୍ନତି ପାଇବେ । ଆପଣଙ୍କ ଚାକିରିରେ ଭଲ ଫଳାଫଳ ଦେବେ, ତେବେ ବର୍ଷ ଆରମ୍ଭରେ, ବନ୍ଧୁମାନଙ୍କ କମ୍ପାନୀ ଆପଣଙ୍କ କାର୍ଯ୍ୟରେ ସହାୟକ ହେବ । ଆପଣଙ୍କର ମନ ଧାର୍ମିକ କାର୍ଯ୍ୟକଳାପରେ ଅଧିକ ଜଡ଼ିତ ହେବ ଏବଂ ଆପଣ ଏହିପରି କାର‌୍ୟ୍ୟକଳାପରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ଜମିବାଡି କୁ ନେଇ ଅତ୍ମିୟ ସୋଜନ ଆପଣଙ୍କର ବିରୋଧୀ ହୋଇପାରନ୍ତି ।

 

ପ୍ରତିକାର- ଶ୍ରୀ ବିଷ୍ଣୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । କୌଣସି ବିଦ୍ୟାର୍ଥୀଙ୍କର ବିଦ୍ୟା କ୍ଷେତ୍ରରେ କିଛି ସାହାଯ୍ୟ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :