ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ସମସ୍ତେ ଚାହାନ୍ତି ନୂଆ ବର୍ଷ ନୂଆ ଆଶା ନେଇ ଆସୁ । ତେବେ ନୂଆବର୍ଷରେ ଗ୍ରହ ଚଳନରେ ପରିବର୍ତ୍ତନ ହେବଥିବାରୁ ୧୨ ରାଶି ପ୍ରଭାବିତ ହେବ । ଆସନ୍ତୁ ଜାଣିବା ସମସ୍ତ ୧୨ ରାଶି ପାଇଁ ଚଳିତ ବର୍ଷ କେମିତି କଟିବ...
ଏହି ବର୍ଷ ଆପଣଙ୍କ ମନରେ ନୂତନ କିଛି ଶିଖିବା ପାଇଁ ଆଗ୍ରହ ସୃଷ୍ଟି ହେବ । ଆପଣ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତାଶୀଳ ରହିପାରନ୍ତି । କିନ୍ତୁ ସ୍ୱାସ୍ଥ୍ୟରେ ବିଶେଷ ଅସୁବିଧା ହେବ ନାହିଁ । ସାମାନ୍ୟ ପାଦରେ କିମ୍ବା ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ପରିବାରର କୌଣସି କାର୍ଯ୍ୟରେ ଆପଣ ବ୍ୟସ୍ତ ରହିପାରନ୍ତି । ଆପଣଙ୍କ ବ୍ୟବସାୟରେ ପ୍ରଗତି ହୋଇପାରେ । ମାର୍କେଟିଙ୍ଗ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ଅଫିସରେ ନିଜ କାମକୁ ନେଇ ବ୍ୟସ୍ତ ରହିପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହୋଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଜଣେ ସହକର୍ମୀ ମାର୍ଗଦର୍ଶକ ସାଜିବେ । ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ପ୍ରେମ ବଢିବ ଓ ଆପଣ ନିକଟତର ହେବେ । ଆପଣ କେତେକ କ୍ଷେତ୍ରରେ ଅନୁକୂଳ ଫଳାଫଳ ପାଇବେ କିନ୍ତୁ କିଛି କ୍ଷେତ୍ରରେ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଗାଡ଼ି ଚଳାଇବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ କାରଣ ଦୁର୍ଘଟଣାର ସମ୍ଭାବନା ଅଛି । ଋଣ କରି ଗାଡ଼ି ଚଲାନ୍ତୁ ନାହିଁ ଏବଂ କାହାଠାରୁ ମାଗଣାରେ କିଛି ନିଅନ୍ତୁ ନାହିଁ । ମାଲିମକଦ୍ଦମାରେ କାର୍ଯ୍ୟ ହାସଲ କରିନେବା ସକାଶେ ନୂତନ ଦିଗ ପ୍ରତି ଚିନ୍ତା କରିପାରନ୍ତି ।
ପ୍ରତିକାର- ପ୍ରତିଦିନ ଗୁରୁଜନ ମାନଙ୍କଠାରୁ ଆର୍ଶୀବାଦ ନିଅନ୍ତୁ । କୌଣସି ଅନାଥ ଆଶ୍ରମରେ କିଛି ଗହମ ଦାନ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧