• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Yearly Horoscope 2024: ଜାନୁଆରୀ ୧ରୁ ଆରମ୍ଭ ହେବ ଏହି ରାଶିଙ୍କର ଶୁଭ ସମୟ...

ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ସମସ୍ତେ ଚାହାନ୍ତି ନୂଆ ବର୍ଷ ନୂଆ ଆଶା ନେଇ ଆସୁ । ତେବେ ନୂଆବର୍ଷରେ ଗ୍ରହ ଚଳନରେ ପରିବର୍ତ୍ତନ ହେବଥିବାରୁ ୧୨ ରାଶି ପ୍ରଭାବିତ ହେବ । ଆସନ୍ତୁ ଜାଣିବା ସମସ୍ତ ୧୨ ରାଶି ପାଇଁ ଚଳିତ ବର୍ଷ କେମିତି କଟିବ...

Cancer

କର୍କଟ

Wednesday 20 Dec 2023

ଏହି ବର୍ଷ ଆପଣ ଆପଣଙ୍କ ଜୀବନରେ ସଫଳ ହେବା ପାଇଁ ଅନେକ ସୁବିଧା ସୁଯୋଗ ପାଇବେ । ଅର୍ଥଲାଭ ସହିତ ନୂତନ ବ୍ୟବସାୟ କରିବାର କଳ୍ପନା ମଧ୍ୟ କରିପାରନ୍ତି । ବ୍ୟବସାୟରେ ଦୂର ଯାତ୍ରା କରିପାରନ୍ତି । ଆପଣଙ୍କର ମାନସିକ ଚାପ କିଛି ପରିମାଣରେ ନିୟନ୍ତ୍ରଣରେ ରହିବ । ଆପଣଙ୍କର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତୁ ଯାହା ଦ୍ୱାରା କୌଣସି ବଡ଼ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇବ ନାହିଁ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ କଳହ ସୃଷ୍ଟି ହେଲେ ମଧ୍ୟ ସମାଧାନର ରାସ୍ତା ଖୋଜିପାଇବେ । ପାରିବାରିକ ଜୀବନରେ ମଧ୍ୟ ଭଲ ସମୟ ଆସିବ । ବିଦ୍ୟାର୍ଥୀ ମାନଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ଭ୍ରମଣ କ୍ଲାନ୍ତକାରୀ ହୋଇପାରେ କିନ୍ତୁ ମାନସିକ ସନ୍ତୁଷ୍ଟି ଦେବ । ଆପଣଙ୍କର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଠାରୁ ଜିତିବେ । ଚାକିରୀରେ ଭଲ ସଫଳତା ମିଳିବ । ଆପଣଙ୍କୁ ନୂତନ ଜିନିଷ ଶିଖିବା ପାଇଁ ପ୍ରେରଣା ଯୋଗାଇବ । ଆପଣଙ୍କର ମନ ଗୀତ, ସଙ୍ଗୀତ ଏବଂ କଳା ପ୍ରତି ମଧ୍ୟ ଢଳିବ , ତେଣୁ ଆପଣ ଏହି ସମୟ ମଧ୍ୟରେ କିଛି ନୂତନ କଳା ଚେଷ୍ଟା କରିବାକୁ ଚାହିବେ । ରାଜନୀତିରେ ପଛକଥାକୁ ଚିନ୍ତାକରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ ।

ପ୍ରତିକାର- ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । ଶ୍ରୀ ଭୁବନେଶ୍ୱରୀଙ୍କର କବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :