• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Yearly Horoscope 2024: ଜାନୁଆରୀ ୧ରୁ ଆରମ୍ଭ ହେବ ଏହି ରାଶିଙ୍କର ଶୁଭ ସମୟ...

ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ସମସ୍ତେ ଚାହାନ୍ତି ନୂଆ ବର୍ଷ ନୂଆ ଆଶା ନେଇ ଆସୁ । ତେବେ ନୂଆବର୍ଷରେ ଗ୍ରହ ଚଳନରେ ପରିବର୍ତ୍ତନ ହେବଥିବାରୁ ୧୨ ରାଶି ପ୍ରଭାବିତ ହେବ । ଆସନ୍ତୁ ଜାଣିବା ସମସ୍ତ ୧୨ ରାଶି ପାଇଁ ଚଳିତ ବର୍ଷ କେମିତି କଟିବ...

Aquarius

କୁମ୍ଭ

Wednesday 20 Dec 2023

ଏହି ବର୍ଷ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଫଳପ୍ରଦ ହେବ । କେବଳ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହେବ । ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟ ଗତ ସମସ୍ୟାରୁ ମୁକ୍ତିପାଇବାର ସମ୍ଭାବନା ରହିଛି । ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସୁଯୋଗ ରହିଛି । ଆର୍ଥିକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ । ଚାକିରୀ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ପାରିବାରିକ ଜୀବନରେ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି । ବୈବାହିକ ଜୀବନ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ନିଜ କ୍ୟାରିୟରେ ସତର୍କ ରହିବାକୁ ପଡିବ । ଏହା ବ୍ୟତୀତ ଗାଡ଼ି ଚଲାଇବା ସମୟରେ ସତର୍କତା ମଧ୍ୟ ଆବଶ୍ୟକ ହେବ । ଆପଣ ଅନେକ ନିଷ୍ପତ୍ତି ନେଇପାରିବେ ଯାହା ଅନ୍ୟମାନଙ୍କୁ ଆଶ୍ଚର‌୍ୟ୍ୟ କରିପାରେ । ଆପଣ ନିୟମକୁ ଅଧିକ ଅନୁସରଣ କରିବେ ଏବଂ ନିଜକୁ ଜଣେ ଭଲ ବ୍ୟକ୍ତି ଭାବରେ ପ୍ରମାଣ କରିବାକୁ ଚେଷ୍ଟା କରିବେ । ରାଜନୈତିକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଧାର୍ମିକ କାର‌୍ୟ୍ୟକଳାପରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ନୂତନ ଯାନବାହାନ କ୍ରୟ କରିବାର ସୁଯୋଗ ରହିଛି ।

 

ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର ଦାନ କରନ୍ତୁ । ଶନିଦେବଙ୍କର ବୀଜମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :