• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Yearly Horoscope 2024: ଜାନୁଆରୀ ୧ରୁ ଆରମ୍ଭ ହେବ ଏହି ରାଶିଙ୍କର ଶୁଭ ସମୟ...

ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ସମସ୍ତେ ଚାହାନ୍ତି ନୂଆ ବର୍ଷ ନୂଆ ଆଶା ନେଇ ଆସୁ । ତେବେ ନୂଆବର୍ଷରେ ଗ୍ରହ ଚଳନରେ ପରିବର୍ତ୍ତନ ହେବଥିବାରୁ ୧୨ ରାଶି ପ୍ରଭାବିତ ହେବ । ଆସନ୍ତୁ ଜାଣିବା ସମସ୍ତ ୧୨ ରାଶି ପାଇଁ ଚଳିତ ବର୍ଷ କେମିତି କଟିବ...

Taurus

ବୃଷ

Wednesday 20 Dec 2023

ଏହି ବର୍ଷ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ସମୃଦ୍ଧି ଆଣିବ । ଉତ୍ତମ ସଂକଳ୍ପ ଏବଂ କଠିନ ପରିଶ୍ରମ ପାଇଁ ସର୍ବୋତ୍ତମ ଫଳାଫଳ ପାଇବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ । ଚର୍ମରୋଗ ଜନିତ ସମସ୍ୟାରୁ ମୁକ୍ତି ପାଇବେ । ଏହି ବର୍ଷ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳ ହେବେ, କିନ୍ତୁ ମନେରଖନ୍ତୁ , ଏହି ବର୍ଷ ଆପଣଙ୍କର ଶତ୍ରୁମାନେ ମଧ୍ୟ ସକ୍ରିୟ ରହିବେ । କିନ୍ତୁ ଆପଣ ଉତ୍ସାହର ସହିତ ନିଜ କାର୍ଯ୍ୟ କରନ୍ତୁ । ନିଜ ଲକ୍ଷ ପୂରଣ କରିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ପାଇଁ ଉତ୍ତମ ସମୟ ରହିଛି । ଦୂର ଯାତ୍ରା କରନ୍ତୁ ନାହିଁ । ବାହାର ଜାଗାରେ ସତର୍କତା ସହିତ କାର୍ଯ୍ୟ କରନ୍ତୁ । ଧାର୍ମିକ କାର୍ଯ୍ୟରେ ଯୋଗଦେବେ । ଚାକିରୀ ବ୍ୟବସାୟରେ ଉନ୍ନତି ହେବ । ଅନାବଶ୍ୟକ ଯାତ୍ରା ଏବଂ ସମ୍ପର୍କୀୟଙ୍କ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ଭଲ ସମୟ ବିତାଇବେ ମାତ୍ର ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ରହିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପ୍ରେମିକପ୍ରେମିକା ମାନେ ଏକାଠି ହେବେ । ଭ୍ରମଣ କରିବାର ସୁଯୋଗ ରହିଛି । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବା ସହିତ କର୍ମକ୍ଷେତ୍ରରେ ପଦୋନ୍ନତିର ଯଥେଷ୍ଟ ସମ୍ଭାବନା ରହିଛି । ପୁରୁଣା ଋଣ ପରିଶୋଧ କରିପାରନ୍ତି ।

ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ । କମଳାତ୍ମିକା କବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :