Horoscope Photograph: (OTV)
ମେଷ-
ଅଶ୍ୱନୀ- ପୁରାତନ ରୋଗରୁ ଉପଶମ ମିଳିବ । ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବ୍ୟବସାୟ ପଥ ସୁଗମ ହେବ, ଆୟ ଅବ୍ୟହତ ହେବ ।
ଦ୍ୱିଜା- ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ଶିକ୍ଷାର୍ଥୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ। ଚାକିରୀଆଙ୍କୁ ନୂଆ ପକଳ୍ପ ଦାୟିତ୍ୱ ମିଳିବ । ବ୍ୟପାରୀ ବର୍ଗଙ୍କୁ ଅଚାନକ ଧନ ଲାଭ ହେବ ।
କୃତିକା- ଜମିବାଡି ସମସ୍ୟାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ବିଦ୍ୟାର୍ଥୀମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ । ଧାର ଦେବା ନେବାରେ ନିବୃତ ରୁହନ୍ତୁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବେ । ନିଜ ପରିବାରକୁ ଅଧିକ ସମୟ ଦେବା ସହିତ ହସ ଖୁସିରେ ସମୟ କାଟିବେ । ପ୍ରେମ ସମ୍ପର୍କକୁ ଦୃଢ କରିବେ ।
ରୋହିଣୀ - ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ । ବିଦ୍ୟାର୍ଥୀ କୈାଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ବାଦବିବାଦ କ୍ଷେତ୍ରରେ ବିଜୟୀ ହେବେ ।
ମୃଗଶିରା- ମହିଳା ମାନେ ସୁଖଭାଗିନୀ ହେବେ । କର୍ତୁପକ୍ଷ ଆପଣଙ୍କୁ କୈାଣସି ବଡ ଦାୟିତ୍ୱ ଦେବେ । କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ । ଦୀର୍ଘଦିନର ଆଶା ପୂରଣ ହୋଇପାରେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ଶାରୀରିକ ଅସୁସ୍ଥତା ଦୂରହେବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ । ଜୀବନ ସାଥିଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ ।
ଆଦ୍ରା- ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଜୀବନରେ ନୂଆ ସଂକେତ ମିଳିପାରେ । ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ । ଧର୍ମ ଷ୍ପୁସ୍ତକ ପଢିବାରେ ଆଗ୍ରହ ବଢିବ ।
ପୁନର୍ବସୁ- ଚାକିରିରେ ସହକର୍ମୀ ମାନେ ଅସହଯୋଗ କରିବେ । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ହଜମ ଜନୀତ ସମସ୍ୟା ସାମାନ୍ୟ ଦେଖା ଦେଇପାରେ । ପରିବହନ ଓ ଖାଦ୍ୟ ପଦାର୍ଥକୁ ନେଇ ବ୍ୟବସାୟରେ ନିଜ ଆଶାନୁରୂପକ ବ୍ୟବସାୟ କରିବେ । ମାନସିକ ଚାପ ସତ୍ୱେ ପରିବାରର ସବୁ କାର୍ଯ୍ୟ ସୁଚାରୁରୂପେ ତୁଲାଇବେ ।
ପୁଷ୍ୟା- ବିବାହ ଆଶାୟୀ ଯୁବକ ଯୁବତୀ ମାନେ ବିବାହ ବଦ୍ଧନରେ ଆବଦ୍ଧ ହୋଇପାରନ୍ତି । ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । କଠିନ ପରିଶ୍ରମ କରୁଥିବା ଛାତ୍ରମାନଙ୍କ ଆଶା ଶେଷରେ ପୂରଣ ହେବ ।
ଅଶ୍ଳେଷା- ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ମହିଳା ମାନଙ୍କର ମିଷ୍ଠାନ ଲାଭରୁ ମନ ଖୁସିରହିବ । ଆଧାତ୍ମିକ ଜୀବନ ବିତାଇ ପାରନ୍ତି ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ମଘା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ନେତ୍ରପିଡା ଅନୁଭବ କରି ପାରନ୍ତି ।
ପୂ,ଫାଲଗୁନି- ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ । ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ ।
ଉ,ଫାଲଗୁନି- ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିବେ । ଜମିରେ ଆଜି ନିବେଶ କରନ୍ତୁ ନାହିଁ । ମୁରବୀ ଆପଣଙ୍କୁ କୈାଣସି ଭଲ ପରାମର୍ଶ ଦେଇ ପାରନ୍ତି । କଳା, ସାହିତ୍ୟ ଓ ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ଭାଗୀଦାରୀ ବ୍ୟବସାୟୀଙ୍କ ସହ ସମନ୍ୱୟ ଭଲ ରହିବ । ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ସମସ୍ତ ପରିବାର ସଦର୍ସ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ନିଜ ବାଲ୍ୟ ବନ୍ଧୁଙ୍କୁ ବିବାହ ପ୍ରସ୍ତାବ ଦେଇପାରନ୍ତି ।
ହସ୍ତା- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ । ବିଦେଶରେ ରହି ପଢିବାର ସ୍ୱପ୍ନ ପୂରଣ ହୋଇପାରେ । ଅନ୍ୟର ସାହାର୍ୟ୍ୟ ସମର୍ଥନରେ ଲକ୍ଷହାସଲ କରିପାରିବେ ।
ଚିତ୍ରା- ଧାର୍ମିକ ଭାବନାରେ ଶାନ୍ତି ପାଇବେ ଓ ଆତ୍ମ ବିଶ୍ୱାସ ବଢିପାରେ । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ପାରିବାରିକ ଜୀବନେର ସନ୍ତୁଳତା ରକ୍ଷା କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ ।
ସ୍ୱାତୀ-ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ । ରାଜନୈତିକ କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ପ୍ରିୟଜନ ମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାର୍ଯ୍ୟ କରିବେ ।
ବିଶାଖା- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ଆପଣଙ୍କର ଭାଗ୍ୟ ଆପଣଙ୍କ ସହିତ ରହିବ ଏବଂ କମ୍ ପରିଶ୍ରମ ସତ୍ତ୍ୱେ ଅନୁକୂଳ ଫଳାଫଳ ପାଇବେ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ସମନ୍ୱୟ ବିଘ୍ନ ଆଣିପାରେ କିନ୍ତୁ ପରିସ୍ଥିତି ଧୀରେ ଧୀରେ ଭଲ ରହିବ ।
ଅନୁରାଧା- ସ୍ଥାବର ଅସ୍ଥାବର ସମ୍ପତିର ମାଲିକାନା ପାଇପାରନ୍ତି । ଶିକ୍ଷା ସହ ଜଡିତ କିଛି ଅସୁବିଧା ସାମ୍ନା କରିବାକୁ ପଡିପାରେ । ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ ।
ଜ୍ୟୋଷ୍ଠା- ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ଜମି, ଦଲାଲ୍ଙ୍କୁ ଯଥେଷ୍ଟ ଲାଭ ମିଳିବ । ସଫଳତା ପାଇଁ ପ୍ରୟାସ ଜାରି ରଖନ୍ତୁ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ମୂଳା- ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ । ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ ।
ପୂ,ଷାଢା- ଆମଦାନି ବଢଇବାର ନୂଆ ଯୋଜନା ମୁଣ୍ଡକୁ ଆସିପାରେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ଚାକିରିରେ ଅପଦସ୍ତ ହୋଇପାରନ୍ତି । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ ।
ଉ,ଷାଢା- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସି୍ଥତି ରହିପାରେ । ପରିସ୍ଥିତିରେ ପଡି ଜମିକୁ ଭାଗ କରି ପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ଲଡୁ ଧର୍ମସ୍ଥାନ ରେ ଭୋଗ ଲଗାନ୍ତୁ
ମକର
ଉ, ଷାଢା- ଆପଣଙ୍କୁ ନିରନ୍ତର ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ସରକାରଙ୍କ ତରଫରୁ ଆପଣଙ୍କୁ ବ୍ୟବସାୟ କରିବାର ସୁଯୋଗ ମିଳିପାରେ । ପାରିବାରିକ ଜୀବନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।
ଶ୍ରବଣା- ଆପଣ ଦୀର୍ଘ ସମୟରୁ ବିନିଯୋଗ କରିଥିବା ଅର୍ଥର ଲାଭାଂଶ ପାଇବେ । ବିଦ୍ୟାର୍ଥୀମାନେ ଉତମ ଫଳ ପାଇବେ । ଔଷଧ ବ୍ୟବସାୟୀଙ୍କୁ ଭଲ ଲାଭ ହେବ । ରାଜନୀତିରେ ଆଗକୁ ଯିବେ ।
ଧନିଷ୍ଠା- ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମନୋରଞ୍ଜନ କାର୍ଯ୍ୟରେ ଅଶାନ୍ତି ଉପୁଜିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା- ପରିବାରରେ ସୁଖଶାନ୍ତି ଫେରିଆସିବ । ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ ।
ଶତଭିଷା- ବେପାରରେ ବକେୟା ଅର୍ଥ ପାଇବେ । ସୁନା ଅଳଙ୍କାର କିଣିବା ଲାଗି ଭାବିବେ । ନୂଆ ଉଦ୍ୟୋଗି ଗଢିବା ପାଇଁ ଭାବିବେ । ଭାବିଥିବା କାମରେ ନିଜ ଦକ୍ଷତା ବଳରେ ପୁରା କରିବେ ।
ପୂ,ଭାଦ୍ରପଦ- ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ୍ ହୋଇ ଖୁସି ଅନୁଭବ କରିବେ । ସମ୍ପତି ବିକ୍ରୟ ବେଳେ ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ
ମୀନ
ପୂ, ଭାଦ୍ରପଦ- ଯାନବାହନରୁ ପତନର ଯୋଗ ରହିଅଛି । ଚାକିରୀ କ୍ଷେତ୍ରରେ ଭଲ ବେତନ ପାଇବେ । ଜୀବନସାଥୀଙ୍କ ମଧ୍ୟରେ ସାମାନ୍ୟ ତିକ୍ତତା ଦେଖା ଦେଇପାରେ । ପରିବାରରେ ଆପଣଙ୍କ ଗୁରୁତ୍ୱ ବୃଦ୍ଧି ପାଇବ ।
ଉ, ଭାଦ୍ରପଦ- ସମ୍ପତି ବାଡିକୁ ନେଇ ସାମାନ୍ୟ ଚିନ୍ତା ଦେଖାଦେଇପାରେ । କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି ।
ରେବତୀ- ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଧର୍ଯ୍ୟର ସହିତ ସବୁ କାର୍ଯ୍ୟକୁ ସମାଧାନ କରିପାରିବେ । ନାନା ଭାବନା ଓ ଦ୍ୱିଧାଭାବ ଭିତରେ ଗତି କରି ପାରନ୍ତି । ପ୍ରତିଷ୍ଠିତ ଲୋକଙ୍କ ସହିତ ସୁସଂପର୍କ ସ୍ଥାପନ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ବୃଂ ବୃହସ୍ପତୟେ ନମଃ ଜପ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/uploadimage/library/16_9/16_9_0/Horoscope__1699593984-550765.jpg)