ମେଷ-
ଅଶ୍ୱନୀ- ଆପଣଙ୍କ ସ୍ୱଭାବ ଟିକେ କୋମଳ କରନ୍ତୁ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ପ୍ରେମିକ ପ୍ରେମିକା ମାନେ ନିକଟବର୍ତ୍ତୀ ହେବେ ।
ଦ୍ୱିଜା-କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି । କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ ।
କୃତିକା- ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ ।
ଶୁଭ ରଙ୍ଗ- - ଲାଲ୍ ଏବଂ ଶୁଭ ସଂଖ୍ୟା ୯
ପ୍ରତିକାର – ମହାଦେବଙ୍କୁ କ୍ଷୀରାଭିଷେକ କରନ୍ତୁ
ବୃଷ-
କୃତିକା- ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ଭାଇ-ଭଉଣୀଙ୍କ ଭିତରେ ସଂପର୍କ ଭଲ ରହିବ ।
ରୋହିଣୀ- ରାଜନୀତିରେ ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ । ସଭା ସମିତି ପ୍ରଭୁତିରୁ ଅଶ୍ୱସ୍ଥି ଲାଭ କରିବେ । ସାମ୍ବାଦିକ କ୍ଷେତ୍ରରେ କାର୍ୟ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ।
ମୃଗଶିରା- ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ବଡ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ । କୌଣସି କାର୍ୟ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । କିଛି ପାରିବାରିକ କଥାକୁ ନେଇ ମନରେ ଅନ୍ତଦ୍ୱର୍ନ୍ଦ ସୃଷ୍ଟି ହୋଇପାରେ ।
ଆଦ୍ରା- ରାଜନୀତି କ୍ଷେତ୍ରରେ ଉଚ୍ଚ ପଦପବଦୀ ମିଳିବା ସହ ନୂଆ ସମ୍ପର୍କ ସୃଷ୍ଟି ହୋଇ ଜନ ସମାଜରେ ମାନ, ସମ୍ମାନ ବୃଦ୍ଧି ହେବା ଯୋଗେ ଆନନ୍ଦିତ ହେବେ । କର୍ମ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବରେ ଗ୍ରହଣ କଲେ କ୍ଷତିରେ ପଡିବେ ।
ପୁନର୍ବସୁ- କଳା, ସାହିତ୍ୟ , ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ । ଆଧ୍ୟାତ୍ମିକ ଭଅଭଧାରାରେ ଉଦ୍ବୁଦ୍ଧ ହୋଇପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ପୂଜା ସହିତ ସହସ୍ର ନାମ ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରୀରିକ ପିଡା ଅପେକ୍ଷା କୃତ କମ ରହିବ । ନିକଟ ସମ୍ପର୍କୀୟଙ୍କ ଠାରୁ ସାହାଯ୍ୟ ପାଇ ଖୁସି ହେବେ ।
ପୁଷ୍ୟା- ଗୋଡରେ କିଛି ସମସ୍ୟା ଦେଖାଦେବ । ବନ୍ଧୁ ମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖାଦେଇ ପାରେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି ।
ଅଶ୍ଲେଷା- ବିଦ୍ୟାର୍ଥୀ ମାନଙ୍କୁ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି । ବିବାହିତ ସମ୍ବନ୍ଧୀୟ କଥାବାର୍ତା ବେଳେ ସଂଯମ ରଖନ୍ତୁ । ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ମଘା- ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ପରିବାରରେ କୈାଣସି ବ୍ୟକ୍ତିଙ୍କର ନୂତନ କର୍ମ ନିଯୁକ୍ତିର ସୁଯୋଗ ଆସିପାରେ । ଆଜି ଦିନଟିରେ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ ।
ପୂ,ଫାଲଗୁନି- ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ନିଜର ଭଲ କାମ ପାଇଁ ପ୍ରଂଶସିତ ହେବେ । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ ।
ଉ,ଫାଲଗୁନି- ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକୁ ହାତକୁ ନେବେ । ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ । ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା-
ଉ,ଫଳଗୁନି- ବେପାର ବୃତିରେ ସଫଳତା ହାସଲ କରିବେ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ । ରାଜନୀତିରେ କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି ।
ହସ୍ତା- କ୍ଷମତାଶାଳୀ ହେବାର ସୁଯୋଗ ଆସିବ । ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ଅପ୍ରତ୍ୟାଶିତ ସମ୍ପତି ମିଳିବାର ସୂଚନା ଅଛି । ପାରିବାରିକ ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ ।
ଚିତ୍ରା- କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରନ୍ତି । ଗୃହିଣୀ ମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି । ସଭା ସମିତି ପ୍ରଭୁତିରୁ ଆଶ୍ଵସ୍ଥି ଲାଭ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା-
ଚିତ୍ରା- ମିତ୍ରଙ୍କ ଠାରୁ ବହୁତ ସାହାର୍ୟ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଉଚ୍ଚ କର୍ମ କର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । ପତି ପତ୍ନୀ ପରସ୍ପର ନିକଟତର ହେବେ ।
ସ୍ୱାତୀ- ଅନ୍ଲାଇନ ବ୍ୟବସାୟ କରିବାକୁ ଭାବିବେ । ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି ।
ବିଶାଖା- ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି । ଧାର ଦେବା ନେବାରେ ନିବୃତ ରୁହନ୍ତୁ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ ।
ଅନୁରାଧା- ପୁରାତନ ରୋଗରୁ ଉପସମ ପାଇବେ । ବ୍ୟବସାୟରେ ପରିଶ୍ରମରୁ ସୁଫଳ ନପାଇ ପାରନ୍ତି । ପଢାରେ ଅଧିକ ସମୟ ବିତାଇବେ । ଜୀବନରେ ଉନ୍ନତି ସୂଚିତ ହେବ ।
ଜ୍ୟେଷ୍ଠା- ରାଜନୀତି କ୍ଷେତ୍ରରେ କୈାଶଳପୂର୍ଣ୍ଣ କାର୍ଯ୍ୟ କରିବେ । ନିଜର ଧନ ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ । ନୂଆ ଗୃହ ନିର୍ମାଣ କରିବାର ସୁଯୋଗ ଆସିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଦୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ମୂଳା- ବାପା, ମାଙ୍କ ଆର୍ଶୀବାଦ ଲକ୍ଷ୍ୟ ସ୍ଥଳରେ ପହଞିବାରେ ସାହାଯ୍ୟ କରିବ । କବିଙ୍କର କୈାଣସି କବିତାରେ ପ୍ରଂଶସା ହୋଇପାରେ । ଆକସ୍ମିକ ଭାବରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।
ପୂ,ଷାଢା- ଅଫିସରେ ବାକି କାମ ସବୁକୁ ସଂପୂର୍ଣ୍ଣ କରିବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ । ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ ।
ଉ,ଷାଢା- ହଠାତ୍ କୈାଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ନିଜ ଲୋକ କେହି ଆପଣଙ୍କୁ ହଇରାଣରେ ପକାଇ ପାରନ୍ତି । କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ପୂଜା ପାଠ କରନ୍ତୁ
ମକର-
ଉ,ଷାଢା- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ । ବ୍ୟବସାୟରେ ଆଶାତୀତ ଲାଭକରି ଖୁସି ହେବେ । ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର,ସମ୍ମାନ ଓ ପ୍ରଶଂସା ପାଇବେ ।
ଶ୍ରବଣା- ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।
ଧନିଷ୍ଠା- ସାମାଜିକ ସ୍ତରରେ ସମ୍ବର୍ଦ୍ଧିତ ହୋଇପାରନ୍ତି । ପ୍ରଶାସନ, ଆଇନ, କଳା, ସାହିତ୍ୟରେ ଉନ୍ନତି କରିବେ। ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ-
ଧନିଷ୍ଠା- କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ଦୁର୍ବଳତା ହେତୁ ଭୁଲ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।
ଶତଭିଷା- ବିଦେଶରେ ରହି ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟଧିକ ଲାଭ ପାଇବେ । ପାରିବାରିକ କ୍ଷେତ୍ରରେ ଉଥାନ,ପତନରେ ଗତି କରିବେ । ଅପେକ୍ଷା କରିଥିବା ସରକାରୀ ସ୍ତରରୁ ଶୁଭ ଖବରଟି ମିଳିବ ।
ପୂ,ଭାଦ୍ରପଦ- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ । ପରୋକ୍ଷ ଭାବରେ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ସାମାଜିକ କାର୍ଯ୍ୟରେ ରତ ହେଲେ ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାର୍ଶୀବାଦ ପ୍ରାପ୍ତ ହେବ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ଯିବେ ।
ଉ,ଭାଦ୍ରପଦ- ଅଫିସ୍ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ଭାଷଣ ବାଜିରେ କ୍ରୋଧକୁ ଆୟତ କରିବା ଉଚିତ୍ । ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।
ରେବତୀ- ପୈତୃକ ସମ୍ପତି ପାଇଁ ଲାଗିରହିଥିବା ସମସ୍ୟାରୁ ମୁକ୍ତ ହେବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ । ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Horoscope_1642647381.jpg)