Advertisment

Two Youths Drown: ଭେଣ୍ଡିଆ ପୁଅକୁ ଟାଣିନେଲା ନଦୀ, ବାଲି ମାଫିଆଙ୍କ ଯୋଗୁଁ ଭାସିଗଲା ୩ ପରିବାର

କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ। ବାହୁନି ବାହୁନି ବାଲିରେ ଲୋଟି ଯାଉଛନ୍ତି ପରିବାର। ଛାତି ବାଡ଼େଇ ବାଡ଼େଇ ଭିଜି ଯାଉଛି ଆଖି ଆଉ ବୁଡ଼ିଯାଉଛି ଚେତା। ଏ କିଏ ନିଜ ଗୋଟିଏ ବୋଲି ପୁଅକୁ ହରାଇଛି ତ କିଏ ନିଜ ଭାଇକୁ।

JAGATSIHANPURA

JAGATSIHANPURA Photograph: (OTV)

Advertisment

କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ। ବାହୁନି ବାହୁନି ବାଲିରେ ଲୋଟି ଯାଉଛନ୍ତି ପରିବାର। ଛାତି ବାଡ଼େଇ ବାଡ଼େଇ ଭିଜି ଯାଉଛି ଆଖି ଆଉ ବୁଡ଼ିଯାଉଛି ଚେତା। ଏ କିଏ ନିଜ ଗୋଟିଏ ବୋଲି ପୁଅକୁ ହରାଇଛି ତ କିଏ ନିଜ ଭାଇକୁ। ଏମିତି କିଛି ଦେଖିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ଥାନା ଅଞ୍ଚଳରେ ଥିବା ପାଇକା ନଦୀ ପଠାର।

Advertisment

ମଙ୍ଗଳବାର କ୍ରିଷ୍ଣାନନ୍ଦପୁର ଗାଁର ଶିଶିର ବେହେରା, ଅମନଜିତ ମଲ୍ଲିକ ଓ ସୌରଭ ମଲ୍ଲିକ ଗାଧୋଇବା ପାଇଁ ଏକାଠି ନଦୀକୁ ଯାଇଥିଲେ। ହେଲେ ଗଭୀର ଜଳକୁ ଚାଲିଯିବା ଯୋଗୁଁ ହଠାତ ବୁଡ଼ିଯାଇଥିଲେ। ତେବେ ଖବରପାଇ ନଦୀପଠାରେ ବଢିଯାଇଥିଲା ପରିବାର ଲୋକ ଓ ଗ୍ରାମବାସୀଙ୍କ ଭିଡ। ପୁଅକୁ ଉଦ୍ଧାର କରିବାକୁ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୂରା ନଦୀ ପଠା। ଘଟଣାସ୍ଥଳରେ ରଘୁନାଥପୁର ଓ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଆଉ ନଦୀଗର୍ଭରୁ ସୌରଭ ଓ ଶିଶିରଙ୍କ ମୃତଦେହ ମିଳିଥିଲା। ହେଲେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସୌରଭ ମଲ୍ଲିକ ପତ୍ତା ମିଳିପାରିନଥିଲା ।



ତେବେ ବେଆଇନ ବାଲି ଉଠାଣ ଯୋଗୁଁ ନଦୀରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବାଲି ମାଫିଆ ମାନେ ମନଇଚ୍ଛା ନଦୀ ଗର୍ଭକୁ ଖୋଳି ଚାଲିଛନ୍ତି। ତେଣୁ ଗଭୀର ହୋଇଚାଲିଛି ନଦୀ। ଏନେଇ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ତେଣୁ ପ୍ରତିବାଦରେ ସାଇଫନ ଛକ ନିକଟରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ । 

ଏଭଳି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ବାଲି ଚୋରା ଚାଲାଣ ବନ୍ଦ କରିବାକୁ ଦାବି ହୋଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ