Advertisment

Two Buses Collide: ଫାଟିଲା ଚକା, ପଛରୁ ପିଟିଦେଲା ବସ୍, ୧୦ ଗୁରୁତର

ଦୁଇ ବସ୍ ମଧ୍ୟରେ ଧକ୍କା। ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡା ଛକରେ ଘଟିଛି ଏ ଦୁର୍ଘଟଣା। ଗୋଟିଏ ବସର ଚକା ଫାଟିଯିବାରୁ ପଛପଟୁ ଧକ୍କା ଦେଇଥିଲା ଆଉ ଏକ ବସ। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି।

Bus accident

Bus accident Photograph: (OTV)

Advertisment

ଦୁଇ ବସ୍ ମଧ୍ୟରେ ଧକ୍କା। ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡା ଛକରେ ଘଟିଛି ଏ ଦୁର୍ଘଟଣା। ଗୋଟିଏ ବସର ଚକା ଫାଟିଯିବାରୁ ପଛପଟୁ ଧକ୍କା ଦେଇଥିଲା ଆଉ ଏକ ବସ। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି। ୨ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। 

Advertisment

ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ର ପଛ ଚକ ଫାଟିଯିବାରୁ ରାସ୍ତା ଧୂଆଁମୟ ହୋଇଯାଇଥିଲା। ଏହି ସମୟରେ ଭୁବନେଶ୍ୱରରୁ ରାଞ୍ଚି ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ବସର ପଛକୁ ଧକ୍କା ଦେଇଥିଲା।

ପଛ ବସର ହେଲପର, ଡ୍ରାଇଭର ଓ ୨ ଜଣ ଯାତ୍ରୀ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ବସର ୧୦ରୁ ଅଧିକ ଯାତ୍ରୀ ଆହତ  ହୋଇଛନ୍ତି। ଘଟଣାସ୍ଥଳରେ ଖନ୍ତାପଡା ପୋଲିସ, ଅଗ୍ନିଶମ ବିଭାଗ, NHAI  କତ୍ତୃପକ୍ଷ ଓ ସ୍ଥାନୀୟ ଲୋକେ ବସଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

Advertisment
Balasoe Bus Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ