Advertisment

Three Bikes Collide Head-On: ୩ ବାଇକ୍ ମୁହାଁମୁହିଁ ଧକ୍କା; ୩ ଯୁବକଙ୍କ ମୃତ୍ୟୁ

ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ରାଉରକେଲା ନେବାବେଳେ ଜଣେ ଓ ବୁର୍ଲା ହସ୍ପିଟାଲରେ ଅନ୍ୟଜଣକର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Accident

Accident Photograph: (OTV)

Advertisment

୩ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୁବର୍ଣ୍ଣପୁର ହିଲୁଙ୍ଗ ଛକ ନିକଟରେ ଘଚିଛି ଏ ଦୁର୍ଘଟଣା।  ବୀରମହାରାଜପୁର-ମୁର୍ଷୁଣ୍ଢି ରାସ୍ତା ହିଲୁଙ୍ଗ ଛକ ନିକଟରେ ଏ ଦୁର୍ଘଟଣା ଘଟିଛି।

Advertisment

ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ରାଉରକେଲା ନେବାବେଳେ ଜଣେ ଓ ବୁର୍ଲା ହସ୍ପିଟାଲରେ ଅନ୍ୟଜଣକର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ହେଲେ ବଡମାଳ ଗାଁର ଅଗସ୍ତି ଭୋଇ, ହିଲୁଙ୍ଗ ଗାଁର ଭଗବାନ ସେଠୀ ଏବଂ ବଙ୍କିଆ ଗାଁର ଚନ୍ଦନ ଭୋଇ। ଗୁରୁତର ଜଣକ ହେଲେ ବଙ୍କିଆ ଗାଁର ଶିବ ଜଗଦଲା। 

ମୁର୍ଷୁଣ୍ଢି ଛକରେ ୩ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବଡମାଳ ଗାଁର ଅଗସ୍ତି ଭୋଇଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ଗୁରୁତର ଭଗବାନ ସେଠୀଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ନେଉଥିବା ସମୟରେ ମୃତ୍ୟୁ ହୋଇଥିଲା।  ସେହିଭଳି ବୁର୍ଲା ଡାକ୍ତରଖାନାରେ ଚନ୍ଦନ ଭୋଇଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ଶିବ ଜଗଦଲା। ...

Advertisment

୩ ବାଇକ୍ ଧକ୍କା: ୩ ମୃତ

ସୁବର୍ଣ୍ଣପୁର ହିଲୁଙ୍ଗ ଛକ ନିକଟରେ ଦୁର୍ଘଟଣା 
ବୀରମହାରାଜପୁର-ମୁର୍ଷୁଣ୍ଢି ରାସ୍ତା ହିଲୁଙ୍ଗ ଛକ ନିକଟରେ ଦୁର୍ଘଟଣା
ଘଟଣାସ୍ଥଳରେ ଜଣେ, ରାଉରକେଲା ନେବାବେଳେ ଓ ବୁର୍ଲାରେ ୨ ମୃତ
ଆଉ ଜଣେ ଗୁରୁତର ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ

3 Dead In Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ