Advertisment

Tragedy in Daringbadi: ଅଝଟ ପିଲାଙ୍କୁ ଚିପ୍ସ ଦେଉଥିଲେ ସାବଧାନ ! ଚିପ୍ସ ପ୍ୟାକେଟର ଖେଳନା ଗିଳି ୪ ବର୍ଷ ଶିଶୁର ମୃତ୍ୟୁ

ପିଲାଙ୍କୁ ଚିପ୍ସ ଦେଉଥିଲେ ସାବଧାନ ! ଟିକିଏ ଅସାବଧାନତାରୁ ମସ୍ତବଡ଼ ଭୁଲ୍ । ସାମାନ୍ୟ ଅବହେଳାରୁ ଅପୂରଣୀୟ କ୍ଷତି । ଚିପ୍ସ ପ୍ୟାକେଟ ନେଇଗଲା ଶିଶୁର ପ୍ରାଣ । ପ୍ଲାଷ୍ଟିକ ଖେଳନା ଗିଳି ଜୀବନ ହାରିଲା ୪ ବର୍ଷ ଶିଶୁ ।

CHILD-CHIPS

CHILD-CHIPS Photograph: (OTV)

Advertisment

ପିଲାଙ୍କୁ ଚିପ୍ସ  ଦେଉଥିଲେ ସାବଧାନ ! ଟିକିଏ ଅସାବଧାନତାରୁ ମସ୍ତବଡ଼ ଭୁଲ୍ । ସାମାନ୍ୟ ଅବହେଳାରୁ ଅପୂରଣୀୟ କ୍ଷତି । ଚିପ୍ସ  ପ୍ୟାକେଟ ନେଇଗଲା ଶିଶୁର ପ୍ରାଣ । ପ୍ଲାଷ୍ଟିକ ଖେଳନା ଗିଳି ଜୀବନ ହାରିଲା ୪ ବର୍ଷ ଶିଶୁ । ନାଁ- ବିଗିଲି ପ୍ରଧାନ। ଘର- ଦାରିଙ୍ଗିବାଡ଼ି ସିକରମାହା। ଅବୋଧ ବିଗିଲି ଜାଣି ନଥିଲା ବାପା ଦୋକାନରୁ ଆଣି ଦେଇଥିବା ଚିପ୍ସ  ପ୍ୟାକେଟ ତା ଜୀବନ ନେଇଯିବ। ଅଙ୍ଗନବାଡ଼ିରୁ ଫେରି କେଡ଼େ ଖୁସିରେ ବାପା ଆଣି ଦେଇଥିବା ଚିପ୍ସ ପ୍ୟାକେଟ ଖୋଲି ଖାଉଥିଲା। ସେଥିରୁ ବାହାରି ଥିବା ପ୍ଲାଷ୍ଟିକ ବନ୍ଧୁକ ଖେଳନାକୁ ଧରି ମନ ଖୁସିରେ ଖେଳୁଥିଲା।

Advertisment

ହଠାତ୍ ଅସାବଧାନତାରୁ ଖେଳନାକୁ ଗିଳି ଦେଇଥିଲା ବିଗିଲି। ନା ପେଟକୁ ଗଲା ନା ବାହାରକୁ ବାହାରିଲା। ଅଧାରେ ଅଟକି ଜାମ୍ ହୋଇଗଲା ଶ୍ବାସନଳୀ। କଥା କହି ପାରିଲାନି, କିଛି କ୍ଷଣ ଭିତରେ ବନ୍ଦ ହୋଇଗଲା ନିଶ୍ବାସ ପ୍ରଶ୍ବାସ। ପୁଅକୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ବି ଆୟୁଷ ଆଗରେ ହାରି ଯାଇଥିଲେ ବାପାମାଆ। ଦାରିଙ୍ଗିବାଡ଼ି ହସ୍ପିଟାଲରେ ବିଗିଲିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ...

ପୁଅ ଖାଇବ ବୋଲି ଶ୍ରଦ୍ଧାରେ ବାପା ଚିପ୍ସ ପ୍ୟାକେଟ ଆଣି ଦେଇଥିଲେ। କିନ୍ତୁ ସେ କଣ ଜାଣିଥିଲେ ସେଇ ଚିପସ୍ ପୁଅ ମୃତ୍ୟୁର କାରଣ ହେବ ବୋଲି। ଦୁନିଆକୁ ଭଲ ଭାବରେ ଦେଖି ନଥିବା, ଜାଣି ନଥିବା ୪ ବର୍ଷୀୟ ବିଗିଲିର ଅକାଳ ବିୟୋଗ ପୂରା ଅଞ୍ଚଳକୁ ସ୍ତବ୍ଧ କରିଛି। ନିଜ ଏକୋଇ ରୋବଳା ବିଶିକେସନକୁ ହରାଇ ଛାତି ପିଟି କେତେ ବାହୁନି କାନ୍ଦୁଛି ମାଆ। ପରିବାର, ସମ୍ପର୍କୀୟ ପୁଣି ସାହି ପଡ଼ିଶା ସମସ୍ତଙ୍କ ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ। ସମସ୍ତେ ତାକୁ ଝୁରୁଛନ୍ତି। ... 

Advertisment

ପିଲା ଅଝଟ ହେଲେ ବାପା ମାଆ ହାତକୁ ବଢ଼ାଇ ଦେଉଥିବା ଚିପସ ପ୍ୟାକେଟ୍ କେତେ ମାରାତ୍ମକ ହୋଇପାରେ ଦାରିଙ୍ଗିବାଡ଼ିର ଏହି ଘଟଣାରୁ ଆପଣ ଥରେ ଚିନ୍ତା କରନ୍ତୁ। ଟିକିଏ ଅସାବଧାନତାରୁ ଅମୂଲ୍ୟ ଜୀବନ ଯାଉଛି। ପିଲାଙ୍କ ମନ ବୁଝାଇବାକୁ ଚିପ୍ସ ଖାଇବାକୁ ଦିଅନ୍ତୁ ନାହିଁ। ଖାଦ୍ୟ ପଦାର୍ଥରେ ବି ଏଭଳି ଖେଳନା ଦିଆଯିବା ଉଚିତ ନୁହେଁ। ଏହାର ବିକ୍ରି ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ସେହିପରି ପିଲାଙ୍କୁ ଚିପ୍ସ କିମ୍ବା ସ୍ନାକସ୍ ଖାଇବାକୁ ଦେବା ବେଳେ ବାପାମାଆ ଧ୍ୟାନ ଦେବା ସହ ଅଧିକ ସତର୍କ ଓ ସଚେତନ ହେବା ଜରୁରୀ। ପିଲାଙ୍କୁ କଏନ୍, ରବର, ପିନ କଣ୍ଟା ଭଳି ଜୀବନ ହାନିକାରକ ଜିନିଷଠୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ...

ଅସାବଧାନରୁ କନ୍ଧମାଳ ଜିଲ୍ଲାରେ ଗତ ମାସେ ଭିତରେ ୨ ଜଣ ପିଲାଙ୍କ ଜୀବନ ଗଲାଣି। ଗତ ମାସରେ ଫୁଲବାଣୀରେ ପିନ୍ କଣ୍ଟା ଗିଳି ଜଣେ ୧୨ ବର୍ଷ ପିଲାର ଅକାଳ ବିୟୋଗ ହୋଇଥିଲା। ସେହିପରି ପୂର୍ବରୁ ୨୦୧୯ ମସିହାରେ କେନ୍ଦୁଝର ଜିଲ୍ଲାରେ ଚିପ୍ସ ପ୍ୟାକେଟରୁ ଖେଳାନା ଗିଳି ଜଣେ ବର୍ଷକର ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା। ସେହିପରି ୨୦୧୭ରେ ଆନ୍ଧ୍ରପ୍ରଦେଶରେ ଚିପ୍ସ ପ୍ୟାକେଟରେ ଥିବା ରବର ଖେଳନାକୁ ଢୋକି ଜଣେ ୪ ବର୍ଷୀୟ ପୁଅର ଜୀବନ ଯାଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ