Advertisment

Tractor-Trolley Overturns: ଦୁର୍ଗାପୂଜା ଭସାଣି ବେଳେ ଅଘଟଣ, ପାଣିରେ ବୁଡ଼ି ୧୧ ଜଣଙ୍କ ମୃତ୍ୟ

ଦୁର୍ଗାପୂଜା ଭସାଣି ବେଳେ ଅଘଟଣ । ମଧ୍ୟପ୍ରଦେଶ ଖଣ୍ଡୱାରେ ପାଣିରେ ବୁଡ଼ି ୧୧ ଜଣଙ୍କ ମୃତ୍ୟୁ । ଉଜ୍ଜୟିନୀ ନିକଟ ଜିମଲା ଗାଁରେ ଗତକାଲି ସଂଧ୍ୟାରେ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୮ ଜଣ ଯୁବତୀ ରହିଛନ୍ତି ।

MP-DEATH

MP-DEATH Photograph: (OTV)

Advertisment

ଦୁର୍ଗାପୂଜା ଭସାଣ ବେଳେ ଅଘଟଣ। ମଧ୍ୟପ୍ରଦେଶ ଖଣ୍ଡୱାରେ ପାଣିରେ ବୁଡ଼ି ୧୧ ଜଣଙ୍କ ମୃତ୍ୟୁ । ଉଜ୍ଜୟିନୀ ନିକଟ ଜିମଲା ଗାଁରେ ଗତକାଲି ସଂଧ୍ୟାରେ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୮ ଜଣ ଯୁବତୀ ରହିଛନ୍ତି। ଦୁର୍ଗାଙ୍କ ମୂର୍ତ୍ତିକୁ ଏକ ଟ୍ରାକ୍ଟରରେ ନେଇ ଭସାଣ ପାଇଁ ଯାଉଥିଲେ ୨୫ରୁ ଅଧିକ ଲୋକ। ତେବେ ଟ୍ରାକ୍ଟରର ଡାଲାଟି ଏକ ପୋଖରୀ ଭିତରକୁ ଓଲଟି ପଡ଼ିବାରୁ ଏଭଳି ଅଘଟଣ ଘଟିଥିଲା। ଦୁର୍ଘଟଣା ପରେ ତୁରନ୍ତ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା ରେସ୍କ୍ୟୁ ଅପେରସନ। ଘଟଣାସ୍ଥଳରୁ୧୧ଟି ମୃତଦେହ ଉଦ୍ଧାର କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଉ କିଛି ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକଂପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।...

Advertisment

ଦୁର୍ଗାପୂଜା ଭସାଣ ବେଳେ ଅଘଟଣ
ମଧ୍ୟପ୍ରଦେଶ ଖଣ୍ଡୱାରେ ପାଣିରେ ବୁଡ଼ି ୧୧ ଜଣଙ୍କ ମୃତ୍ୟ
ଉଜ୍ଜୟିନୀ ନିକଟ ଜିମଲା ଗାଁରେ ଓଲଟିଲା ଟ୍ରାକ୍ଟର ଡାଲା
ପାଣି ଭିତରେ ଖସି ୧୧ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ