Advertisment

Three Children Die: ପାଇଖାନା ଟାଙ୍କିରେ ଛକିଥିଲା ଯମ, ଚାଲିଗଲା ୩ ଜୀବନ

ବଡମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଅଭାବନୀୟ ଘଟଣା। ପାଇଖାନା ଟାଙ୍କିରେ ପଡି ଅକାଳରେ ଚାଲିଗଲା ୩ଟି ଶିଶୁଙ୍କ ଜୀବନ। ସୂଚନା ମୁତାବକ ରଗଡିପଡା ଅନ୍ତର୍ଗତ ତଅଳାସାହି ଗାଁରେ ମାମୁଁଘରକୁ ଆସି ଟାଙ୍କି ରେ ପଡି ଦୁଇ ନାବାଳକ ଜଣେ ନାବାଳିକାଙ୍କ  ମୃତ୍ୟୁ ହୋଇଛି।

NARASINGHPUR_DEATH

NARASINGHPUR_DEATH Photograph: (OTV)

Advertisment


ବଡମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଅଭାବନୀୟ ଘଟଣା। ପାଇଖାନା ଟାଙ୍କିରେ ପଡି ଅକାଳରେ ଚାଲିଗଲା ୩ଟି ଶିଶୁଙ୍କ ଜୀବନ। ସୂଚନା ମୁତାବକ ରଗଡିପଡା ଅନ୍ତର୍ଗତ ତଅଳାସାହି ଗାଁରେ ମାମୁଁଘରକୁ ଆସି ଟାଙ୍କି ରେ ପଡି ଦୁଇ ନାବାଳକ ଜଣେ ନାବାଳିକାଙ୍କ  ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ୩ ବର୍ଷୀୟ ଶୁଭମ ନାୟକ, ୭ ବର୍ଷୀୟ ଶିବାନି ନାୟକ ଏବଂ ୯ ବର୍ଷର ବାଳକ  ଅଙ୍କିତ ନାୟକ । ମୃତକ ତିନି ଜଣ ବଡମ୍ବା ଥାନା ଅନ୍ତର୍ଗତ ବଡ଼ବାରେଣା ଓ ଇଛାପୁର ଗାଁର। ବଡମ୍ବା ମେଡିକାଲ ରେ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ସହ ପୃଥକ ପୃଥକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଖେଳୁ ଖେଳୁ ଅସାବଧାନତା ଯୋଗୁ ସେମାନେ ପଡିଯାଇଥିବା ସନ୍ଦେହ କରାଯାଉଛି। ... 

Advertisment

କିଛି ମାସ ତଳେ ନବରଙ୍ଗପୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଥିଲା । ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଯାଇଥିଲା ୪ ଶ୍ରମିକଙ୍କ ଜୀବନ । ମୃତକମାନେ ଥିଲେ ଏନ୍ ସନ୍ତୁ, ଅମିର ଖୁରା, ତ୍ରିଲୋଚନ ଭତରା, ଲାଲୁ ରଣା କମରା । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବାବେଳେ ଏହି ଅଘଟଣ ଘଟିଥିଲା । 

ପଡାଲଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବା ବେଳେ ଫ୍ଲସ ଖସି ଯାଇ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକ ଗୁରୁତର ହୋଇଯାଇଥିଲେ । ଏହି ସମୟରେ ଘର ମାଲିକଙ୍କ ଅନୁରୋଧ କ୍ରମେ ଏନ. ସାନ୍ତୁ ଓ ଆଉ ଜଣେ ଯୁବକ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ସେମାନେ ଦୁହେଁ ମଧ୍ୟ ସେହିଠାରେ ଶ୍ୱାସରୁଦ୍ଧ ହୋଇଯାଇ ଗୁରୁତର ହୋଇଯାଇଥିଲେ । 

Advertisment

ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା  ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ସେଥିମଧ୍ୟରୁ ପ୍ରଥମେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଶେଷରେ ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ