Advertisment

Rourkela Air Crash Turns Fatal: ରାଉରକେଲା ପ୍ଲେନ୍ କ୍ରାସ୍, ଜଣେ ଗୁରୁତର ଆହତ ଯାତ୍ରୀଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳଙ୍କ ମୃତ୍ୟୁ। ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୧୦ ତାରିଖରେ ଜଲଦା ପାଖରେ ହୋଇଥିଲା ଦୁର୍ଘଟଣା।

PLANE-CRASH

PLANE-CRASH Photograph: (OTV)

Advertisment

ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳଙ୍କ ମୃତ୍ୟୁ। ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୧୦ ତାରିଖରେ ଜଲଦା ପାଖରେ ହୋଇଥିଲା ଦୁର୍ଘଟଣା। ଏଥିରେ ୨ ପାଇଲଟ୍ ଙ୍କ ସମେତ ୬ ଜଣ ଆହତ ହୋଇଥିଲେ। ସୁଶାନ୍ତ ବିଶ୍ୱାଳ ଗୁରୁତର ଥିଲେ। 

Advertisment

ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପହଞ୍ଚିଥିଲା AAIB ଟିମ୍ । ଏହି ଟିମ୍ ପହଞ୍ଚି ସରଜମିନ ତଦନ୍ତ କରିଥିଲା। କେମିତି ଓ କେଉଁ ପରିସ୍ଥିତିରେ ରାଉରକେଲାରେ ଦୁର୍ଘଟଣାଗ୍ରସ୍ତ ହେଲା ଚାର୍ଟର ବିମାନ? କାହିଁକି ଫୋର୍ସ ଲ୍ୟାଣ୍ଡିଂ କଲା? ତ୍ରୁଟି ଥିଲା କେଉଁଠି? ବିମାନର ଇଞ୍ଜିନରେ ତ୍ରୁଟି ଥିଲା କି? ଯେଉଁଥିପାଇଁ ପାଇଲଟଙ୍କୁ କରିବାକୁ ପଡ଼ିଲା ଫୋର୍ସ ଲ୍ୟାଣ୍ଡିଂ! 

ବିମାନ କାହିଁକି ଦୁର୍ଘଟଣା ହେଲା ଏନେଇ ତନାଘନା ହୋଇଛି। ଅଧିକ ତଦନ୍ତ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA ଏବଂ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ-AAIB। ରାଉରକେଲାରେ AAIB ଟିମ୍  ପହଞ୍ଚିଥିଲା। ସମନ୍ବୟ ପାଇଁ ଭୁବନେଶ୍ବରରୁ ୨ ବେସାମରିକ ବିମାନ ଚଳାଚଳ କର୍ମଚାରୀ ରାଉରକେଲା ଯାଇଥିଲେ। 

Advertisment

ଭୁବନେଶ୍ବରରୁ ଗତ ସପ୍ତାହରେ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ଚାର୍ଟର ବିମାନ ରାଉରକେଲା ଅଭିମୁଖେ ଯାଇଥିଲା। ଦିନ ଗୋଟାଏ ୧୪ରେ ମେ ଡେ ମାଗିଥିଲେ ପାଇଲଟ୍। ଏହାପରେ ଗୋଟାଏ ୧୭ରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଫୋର୍ସ ଲ୍ୟାଣ୍ଡିଂ କରିଥିଲା ବିମାନ ଓ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ଜଣଙ୍କର ମୃତ୍ୟୁ ଘଟିଛି ।  

ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ

ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଗତ ୧୦ ତାରିଖରେ ଜଲଦା ପାଖରେ ହୋଇଥିଲା ଦୁର୍ଘଟଣା
୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିଲେ

Advertisment

Death Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ